ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଡକ୍ଟର ଅଫ୍ ଲିଟରେଚର ଆଓ୍ବାର୍ଡ; ସେଣ୍ଟ ଜାଭିୟର ବିଶ୍ବ ବିଦ୍ୟାଳୟ ପକ୍ଷରୁ ସମ୍ମାନ, ବିରୋଧୀ କଲେ ସମାଲୋଚନା

7/02/2023 at 10:41 AM

କୋଲକାତା: ସହିତ୍ୟ କ୍ଷେତ୍ରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସମ୍ମାନିତ । ସେଣ୍ଟ. ଜାଭିୟର ବିଶ୍ବ ବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଡକ୍ଟର ଅଫ୍ ଲିଟରେଚର ଆଓ୍ବାର୍ଡ ପ୍ରଦାନ କରାଯାଇଛି । ରାଜ୍ୟପାଳ ଆନନ୍ଦ ବୋସ୍ ମମତାଙ୍କୁ ଏହି ଉପାଧିରେ ସମ୍ମାନିତ କରିବା ପରେ ଦିଦିଙ୍କୁ ଭୂରି ଭୂରି ପ୍ରସଂଶା କରିଥିଲେ । ସାହିତ୍ୟ କ୍ଷେତ୍ରରେ ସମ୍ମାନକୁ ମୁଖ୍ୟମନ୍ତ୍ରୀ ଦଳିତ ବର୍ଗଙ୍କୁ ସମ୍ମର୍ପିତ କରିଥିଲେ ।

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଗୁଣମାନକୁ ନେଇ ଚିହିଁକି ଉଠିପଡ଼ିଛନ୍ତି ବିରୋଧୀ । ଆଗକୁ ପୂର୍ବତର ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଗୋଳିଆପାଣିରୁ ଉଭୟ ବିଜେପି ଓ ଟିଏମସି ଫାଇଦା ନେବାକୁ ପ୍ରୟାସ ଚଳାଇଛନ୍ତି ବୋଲି ବିରୋଧୀ ସମାଲୋଚନା କରିଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏଥିରେ କୌଣସି ସ୍ବାର୍ଥ ନାହିଁ ବୋଲି କହିଛନ୍ତି ।

ରାଜରହାଟ ପରିସରରେ ଥିବା ସେଣ୍ଟ ଜାଭିୟର ବିଶ୍ବ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଦିକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ପଶ୍ଚିମବଙ୍ଗ ରାଜ୍ୟପାଳ ଅନନ୍ଦ ବୋସ୍ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଉପସ୍ଥିତ ଥିଲେ । ଏହି ସମାରୋହରେ ବିଶ୍ବ ବିଦ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି। କୁଳପତି ଫେଲିକ୍ସ ରାଜ ଦିଦିଙ୍କୁ ଡକ୍ଟର ଅଫ୍ ଲିଟରେଚର ଆଓ୍ବାର୍ଡ ସମ୍ମାନିତ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଅନନ୍ଦ ବୋସ୍ ଖୁବ୍ ପ୍ରଶଂସା କରିଛନ୍ତି ।

ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ଜଣେ ମହିଳାହଙ୍କୁ ସମ୍ମନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ରାଜ୍ୟପାଳ କହିଛନ୍ତି । ଏହା ସହିତ  ରାଜ୍ୟପାଳ କହିଛନ୍ତି, ଆମେ ପଶ୍ଚିମବଙ୍ଗବାସୀ ଖୁସି ଯେ, ଆମ ପଖରେ ବିଷ୍ଟନ୍ ଚର୍ଚ୍ଚିଲ୍ ଏବଂ ଜନ୍ ମିଲ୍‌ଟନଙ୍କ ଭଳି ପ୍ରତିଷ୍ଠିତ ଲୋକ ନାହାନ୍ତି, ହେଲେ ମମତା ବାନାର୍ଜି ଅଛନ୍ତି । ଭାରତରେ ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର, ବିଚାରକ ଓ ଲେଖକ ଡ. ଏସ ରାଧାକୃଷ୍ଣନ୍ ସମସ୍ତେ ମନେ ପକାଉଛନ୍ତି । ସେହିପରି ମିସାଇଲ୍ ମ୍ଯାନ୍ ଏପିଜେ ଅବଦୁଲ୍ କାଲାମ ଥିଲେ ଯିଏ, ଯୁବବର୍ଗଙ୍କୁ ପ୍ରଜ୍ଜ୍ବଳିତ କରି ଆତ୍ମନିର୍ଭର ହେବାର ରାସ୍ତା ଦେଖାଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଟିମରେ ମମତା ବାନାର୍ଜିଙ୍କ ଭଳି ନେତା ରହିଥିଲେ । ଏହି ନେତା ସମସ୍ତ ରାଜନେତା ଜଣେ ଜଣେ ବିଶିଷ୍ଟ ଲେଖକ ।    

   Related Posts