ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମୁହାଁମୁହିଁ: ଓଓ୍ବେସୀଙ୍କୁ ବିଜେପିର B ଟିମ୍ କହିଲେ ମମତା, ଏମିତି ଉତ୍ତର ରଖିଲେ ଓୱେସୀ

19/11/2019 at 3:55 PM

କୋଲକାତା୧୯/୧୧: ଏଆଇଏମଆଇଏମର ମୁଖ୍ୟ ତଥା ମୁସଲମାନଙ୍କ ସ୍ବର କୁହାଯାଉଥିବା ଅସ୍‌ଦୁଦ୍ଦୀନ ଓଓ୍ବେସୀଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ଲାଗି ତାଙ୍କୁ ବହୁ ସମାଲୋଚନା ଶିକାର ହେବାକୁ ପଡ଼ିଛି। ପୁଣି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଓ୍ବେସୀଙ୍କୁ ଟାର୍ଗେଟ କରିଛନ୍ତି। ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ବୈଠକରେ ଆଲୋଚନା  ଚାଲିଥିବା ବେଳେ ଦଳର ନାଁ ନ ନେଇ ଓଓ୍ବେସୀଙ୍କୁ  ମମତା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅଳ୍ପ ସଂଖ୍ୟକଙ୍କ ମଧ୍ୟମରେ ବହୁ କଠୋରପନ୍ଥୀ ଅଛନ୍ତି। ଯାହାଙ୍କ ଠିକଣା ହେଉଛି ହାଇଦ୍ରାବାଦ। ଯିଏ କି ବିଜେପି ଦଳର ବି ଟିମ୍‌ ଭାବେ କାର୍ଯ୍ୟ କରୁଛି।

ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ଲାଗି ମମତା  ଋଣନୀତି ଆରମ୍ଭ କରି ଦେଇଛନ୍ତି। ବିଜେପିକୁ ଟକ୍କର ଦେବା ପାଇଁ ତୃଣମୂଳ କଂଗ୍ରେସ ନିଜର ଋଣନୀତିରେ ପରିବର୍ତ୍ତନ କରିଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ମମତାଙ୍କ ଟିପ୍ପଣୀର ପ୍ରତିକ୍ରିୟାରେ ଓଓ୍ବେସୀ କହିଛନ୍ତି ଯେ ତାଙ୍କ ଦଳ ସବୁ ରାଜ୍ୟରେ ନିର୍ବାଚନ ଲଢ଼ି ନାହିଁ। ତଥାପି ବିଜେପି ୩୦୩ ଆସନରେ କେମିତି ବିଜୟ ଲାଭ କଲେ? ଅନ୍ୟ ରାଜ୍ୟରେ ବିଜେପି ସରକାର କେମିତି ଗଠନ କଲା ବୋଲି ଓଓ୍ବେସୀ ପ୍ରଶ୍ନ କରିଛନ୍ତି। AIMIM ବିଜେପିର ବି ଟିମ ନୁହେଁ ଏ ଟିମ୍‌ ବୋଲି ଓଓ୍ବେସୀ କହିଛନ୍ତି। ଏଭଳି ଭାବେ ଓଓ୍ବେସୀ ଓ ମମତାଙ୍କ ମଧ୍ୟରେ ରାଜନୈତିକ ବୟାନ ବାଜି ଲାଗି ରହିଛି।

   Related Posts