ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ମମତାଙ୍କ ପ୍ରକଳ୍ପରୁ ମମତା ବାଦ୍ : ମେଟ୍ରୋ ଷ୍ଟେସନ୍ ଉଦଘାଟନୀ କାର୍ଯ୍ୟକ୍ରମକୁ ଡାକିଲାନି ରେଳ ମନ୍ତ୍ରାଳୟ !

10/07/2022 at 1:39 PM

ନୂଆଦିଲ୍ଲୀ, ୧୦/୦୭; ଦୀର୍ଘଦିନର ଅପେକ୍ଷା ପରେ ସୋମବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପସ୍ଥିତିରେ ପଶ୍ଚିମବଙ୍ଗ ସିୟାଲଦହ ମେଟ୍ରୋ ଷ୍ଟେସନର ଉଦଘାଟନ କରାଯିବ । ତେବେ ସେବା ଆରମ୍ଭ ହେବା ପାଇଁ ଆଉ ତିନି ଦିନ ସମୟ ଲାଗିବ । ଜୁଲାଇ ୧୪ରୁ ଏହି ରୁଟରେ ମେଟ୍ରୋ ଚଳାଚଳ କରିବ । କିନ୍ତୁ ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଜୋର୍ ଧରିଛି । ବିବାଦ ବି ବଢିଛି । କାରଣ ରେଳମନ୍ତ୍ରୀ ଥିଲା ବେଳେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କିନ୍ତୁ ସୋମବାର ହେବାକୁ ଥିବା ଉଦଘାଟନୀ ଉତ୍ସବରେ ମମତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ଦଳ ପକ୍ଷରୁ କୁହାଯାଇଛି । ତେବେ ଏବେସୁଦ୍ଧା କିଏ ଉଦଘାଟନ କରିବ ତାହା ସ୍ପଷ୍ଟ ହୋଇନଥିବା ରେଳବାଇ କହିଛି । ସେହିପରି ଏହାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଉରାନୀ ଉଦଘାଟନ କରିବାର ସମ୍ଭାବନା ଥିବା କୁହାଯାଉଛି ।

ଟିଏମସି ପକ୍ଷରୁ କୁହାଯାଇଛି ଯେ, ଯେବେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ସେତେବେଳେ ମମତା ବାନାର୍ଜୀ କେନ୍ଦ୍ର ରେଳମନ୍ତ୍ରୀ ଥିଲେ । ଏବେ ମମତା ମୁଖ୍ୟମନ୍ତ୍ରୀ ଅଛନ୍ତି । ଯାହାଙ୍କୁ ଉଦଘାଟନୀ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇ ନାହିଁ ।

କୋଲକାତା ମେୟର ଫିରହାଦ ହାକିମ୍ କହିଛନ୍ତି ଯେ, ମମତାଙ୍କୁ ଡକରା ମିଳିନାହିଁ । ପଶ୍ଚିମବଙ୍ଗବାସୀଙ୍କୁ ଏପରି ଭାବେ ବୋକା ବନାଯାଇ ପାରିବ ନାହିଁ । ଏହ ପ୍ରକଳ୍ପ ମମତାଙ୍କର ବୋଲି ରାଜ୍ୟବାସୀ ଜାମିଛନ୍ତି । ସେ ହିଁ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ରାଜ୍ୟ ସରକାର ମେଟ୍ରୋ କାମକୁ ସବୁ ଦିଗରେ ସହାୟତା କରିଥିଲେ । ଜମି ଯୋଗାଇବାରେ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତଥାପି ଶିଷ୍ଟାଚାର ନଥିବା ଭଳି ମମତାଙ୍କୁ ଡକାଯାଇ ନାହିଁ । ଯଦି କେନ୍ଦ୍ର ସରକାର ଏପରି ଅସହୋଯ

ତେବେ ଏହି ସବୁ ବିବାଦ ଉପରେ ରେଳ ମନ୍ତ୍ରାଳୟ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସିଧା ମନା କରିଦେଇଛି । ତେବେ ମନ୍ତ୍ରାଳୟର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ, ଜୁଲାଇ 11ରେ ଷ୍ଟେସନର ଉଦଘାଟନ କରାଯିବ । ତେବେ ସେବା ଏବେ ଆରମ୍ଭ ହେବ ନାହିଁ  । ଆଶନ୍ତା ୧୪ରୁ ଯାତ୍ରୀମାନେ ସେବାର ଲାଭ ଉଠାଇପାରିବେ । ଏହା କୋଲକାତା ମେଟ୍ରୋ ରେଳର ମ୍ୟାପ୍ ବଦଳାଇ ଦେବ ।  

   Related Posts