ମୋଦିଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରଶ୍ନ ଉଠାଇଲେ ମମତା, ପଚାରିଲେ ଅଚାନକ କିପରି ଅଲୋଡା ହେଲେ ବାବୁଲ ଓ ଦେବଶ୍ରୀ, କ'ଣ କରିଥିଲେ ହର୍ଷବର୍ଦ୍ଧନ ?

Published By : Prameya-News7 Bureau | July 07, 2021 IST

କୋଲକାତା ୭।୭: କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବୁଧବାର ସମ୍ପ୍ରସାରଣ ହେବାକୁ ଯାଉଛି। ଏହି ବହୁ ପ୍ରତିକ୍ଷିତ ସମ୍ପ୍ରସାରଣ ଲାଗି କିଛି ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବାହାରକୁ ରାସ୍ତା ଦେଖାଇ ଦିଆଯାଇଛି। ଯେଉଁଥିରେ ପଶ୍ଚିମବଙ୍ଗରୁ ମୋଦିଙ୍କ ମନ୍ତ୍ରୀମଣ୍ଡଳକୁ ପ୍ରତିନିଧିତ୍ୱ କରୁଥିବା ୨ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏବଂ ଦେବଶ୍ରୀ ଚୌଧୁରୀ ବାଦ ପଡିଛନ୍ତି। ଯାହାକୁ ନେଇ ଏବେ ବେଙ୍ଗଲରେ ରାଜନୀତି ଆରମ୍ଭ ହୋଇଯାଇଛି। ନିଷ୍ପତ୍ତିରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଅଚାନକ ପ୍ରଧାନମନ୍ତ୍ରୀଙ୍କୁ ଏମାନଙ୍କ କାର୍ଯ୍ୟଦକ୍ଷତାରେ କ’ଣ କମ ଦେଖାଗଲା ବୋଲି ମମତା ପ୍ରଶ୍ନ କରିଛନ୍ତି।

କୁହାଯାଉଛି ଏହି ସମ୍ପ୍ରସାରଣରେ ୪୩ ଜଣ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିବ। ଏଥିରେ ବେଙ୍ଗଲରୁ ବାବୁଲ ଓ ଦେବଶ୍ରୀ ବାଦ ପଡିଥିଲେବି ୪ ଜଣ ନୂଆ ମୁହଁଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ। ଯେଉଁମାନଙ୍କର ନାମ ଏବେ ଚର୍ଚ୍ଚା ହେଉଛି ଏଥିରେ ଶାନ୍ତନୁ ଠାକୁର ଓ ନିଶିଥ ପ୍ରମାଣିତଙ୍କ ନାମ ଆଗରେ ଚାଲୁଥିବା ଜଣାପଡିଛି। ହେଲେ ବେଙ୍ଗଲରୁ ୪ ଜଣ ହୁଅନ୍ତୁ କି ୬ ଜଣ ମନ୍ତ୍ରୀମଣ୍ଡଳରେ ସ୍ଥାନପାଆନ୍ତୁ, ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇ ଆସୁଥିବା ବାବୁଲ ଓ ଦେବଶ୍ରୀଙ୍କଠାରେ ପ୍ରଧାମନ୍ତ୍ରୀ କ’ଣ କମ୍‌ ଦେଖିଲେ ବୋଲି ମମତା ପ୍ରଶ୍ନ କରିଛନ୍ତି।

{"id":476975,"width":840,"height":480,"sizeSlug":"large","linkDestination":"none"}

ପ୍ରଧାନମନ୍ତ୍ରୀ କାର୍ଯ୍ୟ ସୂଗମ ହେଉ ଏଥି ଲାଗି ଏହି ସମ୍ପ୍ରସାରଣ କରୁନଥିବା ମମତା ବାନାର୍ଜୀ କହିଛନ୍ତି। ଯଦି ସେପରି କିଛି ଭାବନା ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରୁଥାନ୍ତେ ତେବେ ଡା.ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ଛାଡିବାକୁ ପଡୁ ନଥାନ୍ତା ବୋଲି ମମତା କହିଛନ୍ତି। ସେ କହିଛନ୍ତି ଯେ ଦେଶକୁ କୋଭିଡ-୧୯ ସଂକ୍ରମଣ ଦିନରୁ ସରକାର ସ୍ୱାସ୍ଥ୍ୟ ସମ୍ପର୍କିତ ଯାହାବି ନିଷ୍ପତ୍ତି ନେଇଛନ୍ତି ସେଥିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର କୌଣସି ଭୂମିକା ନଥିଲା। ପ୍ରଧାନମନ୍ତ୍ରୀ ସବୁ ନିଷ୍ପତ୍ତି ନିଜେ ନେଉଥିଲେ। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ମନ୍ତ୍ରୀମଣ୍ଡଳରୁ ବାହାରକୁ ରାସ୍ତା ଦେଖାଯାଉଛି ବୋଲି ମମତା ପ୍ରଶ୍ନ କରିଛନ୍ତି।

ମମତା କହିଛନ୍ତି ଯେ ଦେଶର ସ୍ୱାସ୍ଥ୍ୟ ଲାଗି ଯଦି ପ୍ରଧାନମନ୍ତ୍ରୀ ଏତେ ଚିନ୍ତିତ ଥିଲେ ତେବେ ଦେଶକୁ କରୋନାର ଦ୍ୱିତୀୟ ଲହର କେବେବି ଆସି ନଥାନ୍ତା। କରୋନା ଭାଇରସ ମହାମାରୀକୁ ସରକାର ଯେପରି ଗରୁତ୍ୱର ସହ ଗ୍ରହଣ କରିବାର ଥିଲା ତାହା କରିନଥିଲେ କି ସଂକ୍ରମଣ ଲାଗି ଏବେ ମଧ୍ୟ ଗୁରୁତାର ନାହାନ୍ତି ବୋଲି ମମତା କହିଛନ୍ତି। ହେଲେବି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ତାଙ୍କ ପଦ ଛାଡିବାକୁ ପଡୁଛି ବୋଲି ମମତା କହିଛନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.