ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ମମତାଙ୍କ ହିନ୍ଦୁ କାର୍ଡ – ଅସାଦୁଦ୍ଦିନ ଓୱେସୀଙ୍କ ବିଷୟରେ କହିଲେ ଏମିତି

19/11/2019 at 10:33 PM

କୋଲକାତା ୧୯।୧୧ -ପ୍ରଥମଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖେଳିଛନ୍ତି ହିନ୍ଦୁ କାର୍ଡ । ନିଜ ରାଜନୈତିକ ଜୀବନରେ ପ୍ରଥମଥର ପାଇଁ ସଂଖ୍ୟାଲଘୁ ଉଗ୍ରବାଦ ପ୍ରସଙ୍ଗ ଉଠାଇଛନ୍ତି ମମତା । ୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନ । ବିଜେପିକୁ ମୁକାବିଲା କରିବା ଲାଗି ରଣନୀତି ବଦଳାଇଛନ୍ତି ଦିଦି ।

ସଂଖ୍ୟାଲଘୁ ଉଗ୍ରବାଦ ନେଇ ମମତା ସତର୍କ କରିଛନ୍ତି । କୁଚବେହାରରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ବୈଠକରେ କହିଛନ୍ତି, ସଂଖ୍ୟାଲଘୁଙ୍କ ଭିତରେ ଅନେକ କଟ୍ଟରପନ୍ଥୀ ଅଛନ୍ତି ଏବଂ ଏହାର ଆଡ୍ଡା ରହିଛି ହ୍ରାଇଦ୍ରାବାଦରେ, ସେମାନଙ୍କୁ ଧ୍ୟାନ ଦିଅନ୍ତୁ ନାହିଁ । ଅସାଦୁଦ୍ଦିନ ଓୱେସୀ ଏବଂ ତାଙ୍କ ଦଳ ଏମ୍ଆଇଏମ୍ ନାଁ ନନେଇ ମମତା ଟାର୍ଗେଟ କରିଛନ୍ତି ।

ଦଳୀୟ ବୈଠକ ପରେ ମମତା ବାନାର୍ଜୀ କୁଚବିହାର ସ୍ଥିତ ମଦନ ମୋହନ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ମମତାଙ୍କ ନୂଆ ରଣନୀତିକୁ ରାଜନୈତିକ ବିଶ୍ଳେଷକମାନେ ହିନ୍ଦୁ କାର୍ଡ ଭାବରେ ବିଚାର କରୁଛନ୍ତି

   Related Posts