ମମିତା ମେହେର୍‌ ହତ୍ୟା ମାମଲା: କୋର୍ଟରେ ହାଜର ହୋଇ ସାକ୍ଷି ଦେଲେ ମମିତାଙ୍କ ୨ ଭାଇ

Published By : Prameya-News7 Bureau | September 29, 2022 IST

କଣ୍ଟାବାଞ୍ଜି ୨୯/୦୯: ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ସାକ୍ଷି ଦେଲେ ମମିତାଙ୍କ ସାନ ଭାଇ ବଣ୍ଟି ମେହେର ଓ ସମ୍ପର୍କୀୟ ବଡ଼ଭାଇ ଉମେଶ ମେହେର। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ମମିତାଙ୍କ ସାନ ଭାଇ ବଣ୍ଟି ମେହେର ପ୍ରଥମେ ନିଖୋଜ ହେବାର ଏତଲା ସିନ୍ଧେକେଲା ଥାନାରେ ଏତଲା ଦେଇଥିବା ବେଳେ ସେ ସାକ୍ଷୀ ଭାବରେ ଉପସ୍ଥିତ ଥିଲେ।

ମମିତା ମେହେରଙ୍କ ଦୁଇ ଭାଇଙ୍କ ସାକ୍ଷ ଗ୍ରହଣ କରାଯାଇଛି ବୋଲି ଏହି ମାମଲାକୁ ଲଢ଼ୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଅମରେନ୍ଦ୍ର ମିଶ୍ର କହିଛନ୍ତି। ବଣ୍ଟି ମେହେରଙ୍କ ସାକ୍ଷ ପୁରା ହୋଇନଥିବା ବେଳେ ପୁଣି ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସେ ଅଦାଲତରେ ହାଜର ହେବେ ବୋଲି ଓକିଲ କହିଛନ୍ତି। ଅନ୍ୟ ପକ୍ଷରେ ଏହି ମାମଲା ରେ ୧୬୯ ଜଣଙ୍କୁ ସାକ୍ଷ ଗ୍ରହଣ କରାଯାଇଥିବା ବେଳେ ଖୁବଶୀଘ୍ର ଏହି ମାମଲା ଶୁଣଣି ଶେଷ ହେବ ବୋଲି ସେ ଜଣାଇଛନ୍ତି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗା ପ୍ରସାଦ ପାଢ଼ୀଙ୍କ କହିବା ଅନୁସାରେ ଆଜି ୪ ଜଣ ସାକ୍ଷ ଗ୍ରହଣ କରାଯାଇ ଥିବା ବେଳେ ମମିତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନାହିଁ ଓ ତାଙ୍କର ଯତ୍ନ ନେବା ପାଇଁ ମମିତାଙ୍କ ମାଆ ସାଙ୍ଗରେ ଥିବା ଯୋଗୁ ସେମାନେ ଉପସ୍ଥିତ ହୋଇପାରି ନାହାନ୍ତି।

ସାକ୍ଷ ଗ୍ରହଣ ଆରମ୍ଭ ହେବାର କିଛି ସମୟ ପରେ ବଲାଙ୍ଗୀର ଏସପି ନିତିନ କୁଶଳକର ଏଡିଜେ କୋର୍ଟରେ ଆରମ୍ଭରୁ ଶେଷ ଯାଏ ଉପସ୍ଥିତ ଥିଲେ। ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ କୌଣସି ପ୍ରତିକିୟା ଦେଇ ହେବନି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଆମକୁ ଶୀଘ୍ର ନ୍ୟାୟ ମିଳିଲେ ଆମେ ନ୍ୟାୟିକ ପ୍ରକ୍ରିୟାରେ ସନ୍ତୁଷ୍ଟ ହେବୁ ବୋଲି ମମିତାଙ୍କ ସମ୍ପର୍କୀୟ ବଡ଼ ଭାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉମେଶ ମେହେର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.