ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମମିତା ମେହେରଙ୍କ ପରିବାର, ଗୃହ ସଚିବ ଏବଂ ଡିଜିପିଙ୍କୁ ପକ୍ଷଭୁକ୍ତ କରିବାକୁ ଅପିଲ

Published By : Prameya-News7 Bureau | November 16, 2021 IST

ଭୁବନେଶ୍ବର ୧୬/୧୧ : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ମମିତା ହତ୍ୟାକାଣ୍ଡ ଘଟଣାରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତଦନ୍ତ ଶେଷ କରିବାକୁ ଆବେଦନ କରାଯାଇଛି । କୋର୍ଟଙ୍କୁ ଅପିଲ କରି ବିଭିନ୍ନ ବିଭାଗର ମୁଖ୍ୟ ତଥା ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିବାକୁ ଅପିଲ କରିଛନ୍ତି ମମିତାଙ୍କ ପରିବାର । ଆବେଦନ ପତ୍ରରେ ଗୃହ ସଚିବ, ପୋଲିସ ଡିଜିପି ପକ୍ଷଭୁକ୍ତ କରିବାକୁ ଆବେଦନ କରିଛନ୍ତି । ଏହା ସହିତ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବେଦନ ପତ୍ର ମାଧ୍ୟମରେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ମମିତା ମେହେରଙ୍କ ପରିବାର । କେବଳ ସେତିକି ନୁହେଁ ସିନ୍ଧେଇକେଲା IICଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ମମିତାଙ୍କ ପରିବାର ଲୋକେ ଅପିଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.