ବାପା-ମାଆଙ୍କ ଡିଏନ୍ଏ ସହ ମିଶିଲାନି ମମିତାଙ୍କ ଡିଏନ୍ଏ, ମୃତ ନା ଜୀବିତ ନେଇ ଉଠିଲା ପ୍ରଶ୍ନ
21/12/2022 at 4:57 PM

କଟକ, ୨୧/୧୨: ମମିତା ମେହେର ହତ୍ୟା ଅଭିଯୋଗ ମାମଲା ଆଜି ଏକ ଭିନ୍ନ ମୋଡ଼ ନେଇଛି । ପୁଲିସ ଜବତ କରିଥିବା ମମିତାଙ୍କ ଶରୀରର ଅଂଶକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ମମିତାଙ୍କ ମୃତଦେହ ଚି଼ହ୍ନଟ ପାଇଁ ଯେଉଁ ଡିଏନଏ ଟେଷ୍ଟ କରାଯାଇଥିଲା, ତାହା ମମିତାଙ୍କ ପିତା ମାତାଙ୍କ ନମୁନା ସହ ମେଳ ଖାଉନଥିବାର ତଥ୍ୟ ସାମ୍ନାକୁ ଆସିଛି । ଏହି ସୂଚନା ଦେଇଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ଦେବାଶିଷ ପଣ୍ଡା । ହାଇକୋର୍ଟରେ ଗୋବିନ୍ଦ ସାହୁ ଜାମିନ ଆବେଦନର ଶୁଣାଣି ହେବାର ଥିଲା । ତେବେ ସେ ଏହା ପୂର୍ବରୁ ଆତ୍ମହତ୍ୟା କରିଥିବାରୁ, ଆଉ ଶୁଣାଣି ହୋଇପାରିନାହିଁ ବୋଲି କହିଛନ୍ତି ମୃତ ଗୋବିନ୍ଦଙ୍କ ଓକିଲ ।
ତେବେ ସରକାରୀ ପକ୍ଷ ହାଇକୋର୍ଟରେ ଡିଏନଏ ରିପୋର୍ଟ ଦାଖଲ କରିଛନ୍ତି । ଯାହା ଦର୍ଶାଉଛି ଯେ, ଉଦ୍ଧାର ହୋଇଥିବା ମୃତଦେହର ଅଂଶ ବିିଶେଷ ମମିତାଙ୍କ ମାତା ଏବଂ ପିତାଙ୍କ ନମୁନା ସହ ମେଳ ଖାଉନାହିଁ । ତେଣୁ ଏବେ ପ୍ରଶ୍ନ ହେଲା, ମମିତା କେଉଁଠି, ସେ ଜୀବିତ ନା ମୃତ ? ଯଦି ସେ ମୃତ ତେବେ ତାଙ୍କ ମୃତଦେହ ଗଲା କୁଆଡେ ? ଆଉ ଗୋବିନ୍ଦ ସାହୁ ଚିହ୍ନଟ କରିଥିବା ମୃତଦେହର ଅଂଶ ବିଶେଷ କାହାର ?