ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ମମିତା ମେହେର୍‌ ହତ୍ୟା ମାମଲା: ସାକ୍ଷି ଦେଲେ ମମିତାଙ୍କ ସାନ ଭାଇ ବଣ୍ଟି, ଏସପିଙ୍କ ଉପସ୍ଥିତିକୁ ନେଇ ଦାୟର ହେଲା ପିଟିସନ୍‌

30/09/2022 at 7:25 PM

କଣ୍ଟାବାଞ୍ଜି ୩୦/୦୯: ଗତକାଲି ବା ଗୁରୁବାର ମମିତାଙ୍କ ସମ୍ପର୍କୀୟ ବଡ଼ଭାଇ ଓ ସାନ ଭାଇ ବଣ୍ଟି ମେହେର ସାକ୍ଷ୍ୟ ଗ୍ରହଣ ଦେବାକୁ କୋର୍ଟରେ ହାଜର ହୋଇଥିବା ବେଲେ ବଂଟି ମେହେରଙ୍କ ସାକ୍ଷ୍ୟ ହୋଇପାରିନଥିଲା। ତେଣୁ ଶୁକ୍ରବାର ପୁଣି ବଣ୍ଟି ମେହେର ସାକ୍ଷ୍ୟ ଦେବାକୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଥିଲେ। ବଂଟି ମେହେରଙ୍କ କହିବା ଅନୁସାରେ ଏତଲା ଲେଖିଥିବା ଭାସ୍କର ମେହେର ମଧ୍ୟ ସାକ୍ଷ୍ୟ ଦେବାକୁ କୋର୍ଟରେ ହାଜର ହୋଇଥିଲେ। ପ୍ରଥମ ଦିନ ଏବଂ ଦ୍ୱିତୀୟ ଦିନ ବଲାଙ୍ଗିର ଏସପି ନିତୀନ କୁଶଲକର କୋର୍ଟରେ ଉପସ୍ଥିତ ଥିଲେ।

ବିଚାର ବେଳେ ଏସପି କାହିଁକି ଉପସ୍ଥିତ ରହୁଛନ୍ତି ତାଙ୍କୁ କୋର୍ଟରେ ଉପସ୍ଥିତ ନ ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗାପ୍ରସାଦ ପାଢ଼ୀ କୋର୍ଟରେ ପିଟିସିନ ଦେଇଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ୧୦ରେ ହେବ ବୋଲି ଓକିଲ ସୂଚନା ଦେଇଛନ୍ତି। ଅନ୍ୟପଟେ ଗୋବିନ୍ଦ ସାହୁଙ୍କ ଓକିଲ କରିଥିବା ପିଟିସନ୍ ଉପରେ ଆସନ୍ତା ଦିନରେ ଶୁଣାଣି ହେବ ବୋଲି ସ୍ୱତନ୍ତ୍ର ସରକାରୀ ଓକିଲ ଅମରେନ୍ଦ୍ର ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯାହାର ସାକ୍ଷ୍ୟ ଗ୍ରହଣ ହେବା କଥା ହୋଇଯାଇଛି। ଆଗାମୀ ଦିନରେ ପରବର୍ତ୍ତୀ ଶୁଣାଣି ପରେ ଆଗକୁ ସାକ୍ଷ୍ୟ ଗ୍ରହଣ କରାଯିବ। 

   Related Posts