ମମିତା ହତ୍ୟା ମାମଲା: ଅଦାଲତରେ ସାକ୍ଷି ଦେଲେ ମୃତକଙ୍କ ଦାଦା

Published By : Prameya-News7 Bureau | October 27, 2022 IST

କଣ୍ଟାବାଞ୍ଜି ୨୭/୧୦: ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମମିତାଙ୍କ ଦାଦା କୌଶିକ ମେହେର  ହାଜର ହୋଇ ସାକ୍ଷି ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ଗୁରୁବାର କୌଶିକ ମେହେରଙ୍କ  ସାକ୍ଷ ଗ୍ରହଣ କରାଯାଇଛି ବୋଲି ଏହି ମାମଲାର ସରକାରୀ ଓକିଲ ଅମରେନ୍ଦ୍ର ମିଶ୍ର କହିଛନ୍ତି। ସମୟ ଅଭାବରୁ ଅନ୍ୟମାନଙ୍କ ସାକ୍ଷ ଗ୍ରହଣ କରାଯାଇ ନାହିଁ। ବଲାଙ୍ଗୀର ଏସପି ନିତିନ କୁଶଳକର ଏଡିଜେ କୋର୍ଟରେ ଆରମ୍ଭରୁ ଶେଷ ଯାଏ ଉପସ୍ଥିତ ଥିଲେ। ନ୍ୟାୟିକ ପ୍ରକ୍ରିୟା ଚାଲୁଥିବାରୁ କୌଣସି ପ୍ରତିକିୟା ଦେବେ ନାହିଁ ବୋଲି ସେ  ଗଣମାଧ୍ୟମକୁ କହିଛନ୍ତି। ଆମକୁ ଶୀଘ୍ର ନ୍ୟାୟ୍ ମିଳିଲେ ନ୍ୟାୟିକ ପ୍ରକ୍ରିୟାରେ ସନ୍ତୁଷ୍ଟ ହେବୁ କୌଶିକ ମେହେର ଗଣମାଧ୍ୟମକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.