ମମିତା ମର୍ଡର ମିଷ୍ଟ୍ରି, ଆଜି ସରିବ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି

Published By : Prameya-News7 Bureau | October 24, 2021 IST

ବଲାଙ୍ଗୀର ୨୪।୧୦: ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ମର୍ଡର ମିଷ୍ଟ୍ରିର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଲାଙ୍ଗୀର ପୋଲିସ ୫ ଦିନିଆ ରିମାଣ୍ଡରେ ଆଣି ଛାନଭିନ୍ ଚଳାଇଛି।

ଆଜି ଶେଷ ହେବ ଗୋବିନ୍ଦର ରିମାଣ୍ଡ ଅବଧି । ତେବେ ଗୋବିନ୍ଦ କୁ ଏସପି ଙ୍କ କାର୍ଯ୍ୟାଳୟ ଠାରୁ କଡା ସୁରକ୍ଷା ଭିତରେ ରିଜର୍ଭ ପୋଲିସ ବାରାକକୁ ସ୍ଥାନାନ୍ତର କରାଯାଇଛି । ୪ଦିନ ଧରି ଏସପି ଅଫିସରେ ମାରାଥନ ଜେରା ପରେ ରିଜର୍ଭ ପୋଲିସ ବାରେକକୁ ସ୍ଥାନାନ୍ତର କରାଯାଇଛି। ତେବେ ରିମାଣ୍ଡର ଶେଷ ଦିନରେ କାହିଁକି ବାରକ୍ କୁ ଅଣାଗଲା ତାହା ଅସ୍ପଷ୍ଟ। ହତ୍ୟାକାଣ୍ଡ ସ୍ଥଳ ମହାଲିଙ୍ଗ ଷ୍ଟାଡିୟମରେ ସିନରିକ୍ରିଏସନ କରିଛି ଗୋବିନ୍ଦ। ତେବେ ମାଷ୍ଟର ପ୍ଲାନ କରି ମମିତା ମେହରଙ୍କୁ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.