ଓଡ଼ିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ପୁରୀ ଯାଇ ଜଗନ୍ନାଥଙ୍କୁ କରିବେ ଦର୍ଶନ
18/03/2023 at 8:21 AM

ଭୁବନେଶ୍ୱର ୧୮।୦୩ : ଚଳିତ ମାସରେ ଓଡ଼ିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସୂଚନା ଅନୁସାରେ ମାର୍ଚ୍ଚ ୨୧ ତାରିଖ ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ମମତା ବାନାର୍ଜୀ। ୨୨ ତାରିଖରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ୨୩ରେ କୋଲକାତା ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିପାରନ୍ତି ମମତା ବାନାର୍ଜୀ।
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହିତ ମୁକାବିଲା କରିବା ପାଇଁ ମମତା ବାନାର୍ଜୀ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ମେଣ୍ଟ କରିବାକୁ ଯୋଜନା କରୁଛନ୍ତି । ତେବେ ଏହି ମେଣ୍ଟରୁ କଂଗ୍ରେସକୁ ଦୂରେଇ ରଖିବାକୁ ଚିନ୍ତା କରିଛନ୍ତି ମମତା। ଏହି ଯୋଜନାରେ ବିଜେଡିକୁ ସାମିଲ କରିବାକୁ ମମତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।