Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କଟକ ଏସ୍‌ସିବି ଯାଇ ଆହତଙ୍କୁ ଭେଟିଲେ ମମତା

6/06/2023 at 2:45 PM

ଭୁବନେଶ୍ୱର ୦୬/୦୬: ଓଡିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିନ ୨ଟା ବେଳେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ପରେ ସେ କଟକ ଗସ୍ତ କରିଥିଲେ । ରେଭେନ୍ସା ପରିସରରେ ସେ ହେଲିପ୍ୟାଡରୁ ଓହ୍ଲାଇଥିଲେ । ଏହାପରେ ସେ ଏସସିବି ମେଡ଼ିକାଲକୁ ଯାଇଛନ୍ତି ।

ମମତା ହସ୍ପିଟାଲରେ ଆହତମାନଙ୍କର ଚିକିତ୍ସା ଦେଖିବା ସହିତ ସେମାନଙ୍କ ସହିତ କଥା ହୋଇଛନ୍ତି । ସେଠାରୁ ଭୁବନେଶ୍ବର ଆସିବେ । ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କୁ ଭେଟିବେ ମମତା। ନିଜ ଦାର୍ଜଲିଂ ଗସ୍ତ ବାତିଲ କରି ମମତା ଓଡ଼ିଶା ଗସ୍ତକୁ ଆସିଛନ୍ତି । ସୂଚନା ଥାଉକି, ମମତାଙ୍କ ସହ ଦୁଇ ମନ୍ତ୍ରୀ ବି ଓଡ଼ିଶା ଗସ୍ତରେ ଆସିଛନ୍ତି । ମନ୍ତ୍ରୀମାନେ ଏମସ୍‌ ଯାଇ ଆହତଙ୍କୁ ଭେଟିଛନ୍ତି ।

କହିବାକୁ ଗଲେ ଶୁକ୍ରବାର ବାଲେଶ୍ୱର ବାହାନଗାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ପରଦିନ ମମତା ବାହାନଗା ଯାଇ ସେଠାରେ ସ୍ଥିତିର ଅନୁଧ୍ୟାନ କରିଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଶ୍ଚିବଙ୍ଗର ଯାତ୍ରୀଙ୍କ ପରିବାର ଲୋକକୁ ଚାକିରୀ ଦେବା ଲାଗି ଘୋଷଣା କରିଛନ୍ତି ମମତା ବାନାର୍ଜୀ।

   Related Posts