ଟ୍ରେନ୍ ଦୁର୍ଘଟଣାରେ ଗୁରୁତରଙ୍କୁ ଭେଟିଲେ ମମତା, ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ଦିଦି
6/06/2023 at 4:42 PM

କଟକ ୦୬/୦୬: ରେଳ ଦୁର୍ଘଟଣାରେ ଆହତଙ୍କୁ କଟକ ଯାଇ SCBରେ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରତି ଆହତଙ୍କୁ ଭେଟିବା ସହ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ଦିଦି । ଏହା ସହିତ ତାଙ୍କ ସରକାର ଘୋଷଣା କରିଥିବା ସମସ୍ତ ସୁବିଧା ସୁଯୋଗ ପୀଡିତଙ୍କୁ ଶୀଘ୍ର ଉପଲବ୍ଧ ହେବ ବୋଲି କହିଛନ୍ତି ମମତା ।
ଏବେ ଏସ୍ସିବିରେ ୫୭ଜଣ ଆହତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ଆରୋଗ୍ୟ କାମନା କରିଛନ୍ତି ମମତା । ନିଜ ସରକାର ଦେଇଥିବା ପ୍ରତିଶୃତି ମୁତାବକ ସମସ୍ତ ବଙ୍ଗୀୟ ଯାତ୍ରୀ ସରକାରୀ ସୁବିଧା ପାଇବେ ବୋଲି କହିଛନ୍ତି ମମତା । ତେବେ ସିବିଆଇ ତଦନ୍ତ ବାବଦରେ ମମତା କିଛି ସ୍ପଷ୍ଟ ଭାବେ କହିଲେ ନାହିଁ । ସମସ୍ତେ ସୁସ୍ଥ ହେବା, ଏବଂ ଶତ ସାମ୍ନାକୁ ଆସିବା ଗୁରୁତ୍ୱପୂର୍ଣ ବୋଲି ମମତା ବାନାର୍ଜୀ କହିଛନ୍ତି ।
ସୂଚନାଥାଉକି, ଦାର୍ଜିଲିଂ ଗସ୍ତ ବାତିଲ କରି ଓଡ଼ିଶା ଆସିଛନ୍ତି ମମତା । ମମତାଙ୍କ ସହ ଦୁଇ ମନ୍ତ୍ରୀ ବି ଓଡ଼ିଶା ଗସ୍ତରେ ଆସିଛନ୍ତି । ମନ୍ତ୍ରୀମାନେ ଏମସ୍ ଯାଇ ଆହତଙ୍କୁ ଭେଟିଛନ୍ତି । ମମତା ନିଜେ କଟକ ଯାଇ ଏସ୍ସିବିରେ ଆହତଙ୍କୁ ଭେଟିଥିଲେ ।