ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ପଶ୍ଚିମବଙ୍ଗରେ ଡାକ୍ତର ଧର୍ମଘଟ, ମମତା କହିଲେ ବିଜେପି ଓ ବାମଦଳଙ୍କ ଆଉ ଏକ ଷଡଯନ୍ତ୍ର

13/06/2019 at 5:05 PM

କୋଲାକାତା ୧୩।୬:  ଗତ ସାଧାରଣ ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଉପୁଜିଥିବା ପରିସ୍ଥିତି ସୁଧୁରିବାର ନାଁ ନେଉନି। ବିଜେପି ଓ ତ୍ରୁଣମୂଳ କର୍ମୀଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଉପୁଜିଥିବା ପରିସ୍ଥିତି ନିୟନ୍ତ୍ରଣ ହୋଇ ନଥିବା ବେଳେ ଏବେ ସାରା ରାଜ୍ୟରେ ଡାକ୍ତର ଧର୍ମଘଟକୁ ଓହ୍ଲାଇବା ମମତାଙ୍କ ପାଇଁ ନୂଆ ଚିନ୍ତାର କାରଣ ପାଲଟିଛି। ଗତ ୧୦ ତାରିଖ ଦିନ ଏନଆରଏସ୍ ହସ୍ପିଟାଲରେ ଜଣେ ୭୫ ବର୍ଷ ବୟସ୍କ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତକଙ୍କ ପରିଜନ ଲୋକେ ଡାକ୍ତରଙ୍କ ଅବହେଳା ଦର୍ଶାଇ ଜଣେ ଜୁନିୟର ଡାକ୍ତରଙ୍କୁ ମାଡ ମାରିବା ଘଟଣାକୁ ନେଇ ରାଜ୍ୟରେ ଡାକ୍ତର ଆନ୍ଦୋଳନ ଦେଖା ଦେଇଛି। ତେବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉପୁଜିଥିବା ନୂଆ ପରିସ୍ଥିତି ମଧ୍ୟ ବାମ ଦଳ ଓ ବିଜେପିର ଷଡଯନ୍ତ୍ର ବୋଲି କହିଛନ୍ତି ମମତା।

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ହସ୍ପିଟାଲମାନଙ୍କରେ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଗୁରୁବାର ରାଜଧାନୀ କୋଲକାତାର ଏକ ସରକାରୀ ହସ୍ପିଟାଲ ଏସଏସକେମ ଗସ୍ତରେ ଯାଇଥିଲେ। ସେଠାରେ ମମତାଙ୍କୁ ଡାକ୍ତରଙ୍କ କଡା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ମମତା ରାଜ୍ୟର ସମସ୍ତ ସରକାରୀ ଡାକ୍ତରଙ୍କୁ ୪ ଘଣ୍ଟା ଅଲ୍ଟିମେଟମ ଦେଇଛନ୍ତି। ଯଦି ଡାକ୍ତରମାନେ ସେମାନଙ୍କ କାମରେ ଯୋଗ ନ ଦିଅନ୍ତି ତେବେ ସରାକର ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ସେପଟେ ଡାକ୍ତରମାନେ ସେମାନଙ୍କ ଦାବି ପୁରଣ ହେଲେ ତୁରନ୍ତ କାର୍ଯ୍ୟକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଛନ୍ତି। ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଡାକ୍ତରଙ୍କ ମିଳିତ ସଙ୍ଗଠନ ଦାବି କରିଛି। ଏ ନେଇ ଡାକ୍ତରମାନେ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ହସ୍ପିଟାଲମାନଙ୍କରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରିଛନ୍ତି ।

   Related Posts