ମର୍ଯ୍ୟାଦାର ସୀମା ଲଂଘିଲେ ମମତାଙ୍କ ମନ୍ତ୍ରୀ, ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଲୁକ୍ ଉପରେ କଲେ ଟିପ୍ପଣୀ, ଘେରିଲା ବିଜେପି

Published By : Prameya-News7 Bureau | November 12, 2022 IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମମତା ସରକରାରେ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଲୁକ୍ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି । ନନ୍ଦିଗ୍ରାମରେ ଏକ ଭିଡକୁ ସମ୍ୱୋଧିତ କରିବା ସମୟର ମନ୍ତ୍ରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ବିଜେପି କଡ଼ା ନିନ୍ଦା କରିଛି । ଅନ୍ୟପଟେ ଟିଏମସିର ଦାବି ଯେ ବାସ୍ତବରେ ମନ୍ତ୍ରୀ କହୁଥିଲେ ଯେ, ଲୋକଙ୍କୁ ସେମାନଙ୍କ ଚେହେରାକୁ ନେଇ ଟିଏମସି ବିଚାର କରି ନଥାଏ।

ସହିଦ ଦିବସ ସମାରୋହ ସମୟରେ ନନ୍ଦିଗ୍ରାମ ନିର୍ବାଚନୀ କ୍ଷେତ୍ରରେ ଅଖିଲ ଗିରି ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ଅଧିକାରୀଙ୍କୁ ଚ୍ୟାଲେଞ୍ଜ ଦେଇ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାଁ ନନେଇ ଟିପ୍ପଣୀ କରିଥିଲେ । ମନ୍ତ୍ରୀ କହିଥିଲେ,'ତୃଣମୂଳ ଲୋକଙ୍କୁ ସେମାନଙ୍କ ରୂପକୁ ନେଇ ବିଚାର କରିନଥାଏ । ସେ(ସୁଭେନ୍ଦୁ ଅଧିକାରୀ) କହୁଛନ୍ତି ଯେ ମୁଁ(ଅଖିଲ ଗିରି) ସୁନ୍ଦର ନାହିଁ । ସେ କେତେ ସୁନ୍ଦର ଅଛନ୍ତି ! ଆମେ ଲୋକଙ୍କୁ ସେମାନଙ୍କ ରୂପକୁ ନେଇ ବିଚାର କରି ନଥାଉ । ଆମେ ଆପଣଙ୍କ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ । ଆପଣଙ୍କ ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି'?

ଏହି ଭିଡିଓକୁ ନେଇ ଏବେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ନୂଆ ବିବାଦ । ଭିଡିଓକୁ ସେୟାର କରି ପଶ୍ଚିମବଙ୍ଗ ବିଜେପି, ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ ଆଦବାସୀ ବିରୋଧୀ ଥିବା ଅଭିଯୋଗ କରିଛି । ଅନ୍ୟପଟେ ଅମିତ ମାଲଭିୟ କହିଛନ୍ତି, ମମତା ବାନାର୍ଜୀ ସବୁବେଳେ ଆଦିବାସୀ ବିରୋଧୀ ଏବଂ ସେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରି ନଥିଲେ।   

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.