krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଙ୍ଗଳବାର ଭୁବନେଶ୍ଵର ଆସିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୃତକଙ୍କ ପରିବାରକୁ ଦେବେ ସହାୟତା ରାଶି

5/06/2023 at 4:53 PM

ଭୁବନେଶ୍ଵର:  ବାଲେଶ୍ଵରର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଉକ୍ତ ରୁଟ୍‌ରେ ଟ୍ରେନ ଚଳାଚଳ ସ୍ଵାଭାବିକ ଅବସ୍ଥାକୁ ଫେରୁଛି। ବର୍ତ୍ତମାନ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଏହି ଭୟାବହ ଘଟଣାର ତଦନ୍ତ ମଧ୍ୟ ଚାଲିଛି। ଏହି କ୍ରମରେ ମଙ୍ଗଳବାର ପୁଣି ଥରେ ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଭୁବନେଶ୍ଵର ଏବଂ କଟକ ଗସ୍ତ କରି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିବା ସହ ଅନୁକମ୍ପା ରାଶି ଏବଂ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏଥିସହ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବେ।

ମମତା କହିଛନ୍ତି କଟକରେ ପଶ୍ଚିମବଙ୍ଗର ୫୩ ଆହତଙ୍କ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ତଦାରଖ କରିବାକୁ କାଲି କଟକ ଯିବି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଚାକିରି ମିଳିବ। ପରିବାରର ଜଣେ ସଦସ୍ୟଙ୍କୁ ସ୍ପେଶାଲ ହୋମାଗାର୍ଡ ଚାକିରି ଏବଂ ୫ ଲକ୍ଷ ଟଙ୍କା ଦିଆଯିବ। ସମ୍ପୂର୍ଣ୍ଣ ଅକ୍ଷମ ହେଲେ ପରିବାରର ଜଣକୁ ହୋମଗାର୍ଡ ଚାକିରି ମିଳିବ। ଆହତଙ୍କୁ ୨ ଲକ୍ଷ, ସାମାନ୍ୟ ଆହତଙ୍କୁ ୫୦ ହଜାର ଏବଂ ୨୫ ହଜାର ଟଙ୍କା ମିଳିବ। ଆହତ ହୋଇନଥିଲେ ବି ମାନସିକ ଆଘାତ ପାଇଥିବା ଲୋକଙ୍କୁ ୧୦ ହଜାର ଟଙ୍କା ଏବଂ ସମସ୍ତ ମୃତାହତଙ୍କ ପରିବାରକୁ ମାଗଣାରେ ରାସନ ଦିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏ ଖବର ପଢନ୍ତୁ- ବାହାନଗା ବିଭୀଷିକା; ରେଳମନ୍ତ୍ରୀ କହିଲେ ସରିନି ଦାୟିତ୍ବ, ନିଖୋଜଙ୍କୁ ଖୋଜିବ ରେଳ ବିଭାଗ

ସୂଚନାଯୋଗ୍ୟ, ମମତା ବାନାର୍ଜୀ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଏପରିକି ଗତ ଶନିବାର ବାହାନଗା ଦୁର୍ଘଟଣାସ୍ଥଳରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ତାଙ୍କର କଥାକଟା ହୋଇଥିଲା। ସେ ପ୍ରଶ୍ନ କରିଥିଲେ ଯେ, କରମଣ୍ଡଳ ପରି ଏକ୍ସପ୍ରେସ ଟ୍ରେନରେ ଆଣ୍ଟି କଲିଜନ ଡିଭାଇସ୍ କଣ ପାଇଁ ଲାଗି ନଥିଲା। ଏସିବି କାହିଁକ ଗଠନ କରାଯାଇଛି ? ଯଦି ଟ୍ରେନଗୁଡ଼ିକରେ ଡିଭାଇସ୍ ଲଗାଯିବ ନାହିଁ ତେବେ କଣ ଟ୍ରେନ ଆପେ ଆପେ ଅଟକିଯିବ।

Dal me kuch kaala hai': Mamata Banerjee on Odisha train accident | Latest  News India - Hindustan Times

ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଆମେ ଅନେକ ଅଧିକାରୀଙ୍କ ସହିତ ମେଦିନିପୁରର ଏଡିଏମ, ଅନେକ ଅଧିକାରୀ, ୧୫୦ ଆମ୍ବୁଲାନ୍ସ ଏବଂ ୫୦ ବସ୍‌ ପଶ୍ଚିମବଙ୍ଗରୁ ଓଡ଼ିଶା ପଠାଇଲୁ। ହେଲେ କେନ୍ଦ୍ର ସରକାର କଥା ବେଶି କାମ କମ କରୁଛନ୍ତି। ପଶ୍ଚିମବଙ୍ଗର ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୨ ଜଣଙ୍କ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ। ଏ ପର୍ଯ୍ୟନ୍ତଙ୍କ ଅଣ ସଂରକ୍ଷିତ ଟିକେଟ୍ କାଟି ଯାତ୍ରା କରୁଥିବା ଲୋକଙ୍କ ତାଲିକା ମିଳିନାହିଁ ବୋଲି ମମତା କହିଥିଲେ।

Mamata Banerjee assures all help to Odisha train accident victims, mamata  banerjee assures all help to odisha train accident victims

ସୂଚନାଯୋଗ୍ୟ, ବାହାନଗାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି। ୧୭୦ ମୃତଦେହ ଭୁବନେଶ୍ଵର ଅଣାଯାଇ ବିଭିନ୍ନ ହସ୍ପିଟାଲ୍‌ରେ ରଖାଯାଇଛି। ସେଥିରୁ ଏ ପର୍ଯ୍ୟନ୍ତ ୧୦୦ ମୃତଦେହ ଚିହ୍ନଟ ହୋଇ ସାରିଛି। ବାକିଙ୍କ ଚିହ୍ନଟ ପାଇଁ ପ୍ରଶାସନ ତରଫରୁ ଉଦ୍ୟମ ଜାରି ରହିଛି।

ଏ ଖବର ପଢନ୍ତୁ-ବାହାନଗା ଟ୍ରେନ ଟ୍ରାଜେଡ଼ି:  ମୃତ୍ୟୁ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇଲେ ମମତା, ବୈଷ୍ଣବଙ୍କ ଇସ୍ତଫା ଦାବି କଲେ ରାହୁଲ

   Related Posts