ନୂଆଦିଲ୍ଲୀ: ନୀତି ଆୟୋଗର ଯୋଗ ଦେବାକୁ ଦିଲ୍ଲୀରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ନୀତୀ ଆୟୋଗକୁ ହଟାଇ ପୁଣିଥରେ ଯୋଜନା କମିଶନ ଅଣାଯାଉ ବୋଲି ମମତା ଦାବି କରିଛନ୍ତି। ନୀତି ଆୟୋଗକୁ ସମାଲୋଚନା କରି ମମତା କହିଛନ୍ତି “ନୀତି ଆୟୋଗ ହଟାଇ ପୁଣିଥରେ ଯୋଜନା କମିଶନ ଅଣାଯାଉ। ସେଥିରେ ଗୋଟେ ଢାଞ୍ଚା ଥିଲା। ଏହା ଦେଶରେ ଭିତ୍ତିଭୂମି ନିର୍ମାଣ କରିଥିଲା। ଯୋଜନା କମିଶନ ନେତାଜୀ ସୁଭାଷ ଚନ୍ତ୍ର ବୋଷଙ୍କର ଥିଲା।” ନୀତି ଆୟୋଗ ସହିତ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ଅଭାବ ରହିଛି ଯାହା ଯୋଜନା କମିଶନରେ ରହିଥିଲା। ନୀତି ଆୟୋଗ ପାଖରେ କୌଣସି କ୍ଷମତା ନାହିଁ। ଏହା ରାଜ୍ୟ ସରକାରଙ୍କ ସମନ୍ୱୟ ରକ୍ଷା କରି କାମ କରୁ ନାହିଁ।
ବିରୋଧୀ ଦଳର ନେତାମାନେ ନୀତି ଆୟୋଗ ବୈଠକକୁ ବହିଷ୍କାର କରିବା ନେଇ ମମତା ସହଯୋଗର ଅଭାବ ଓ ପକ୍ଷପାତ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି “ମୁଁ କେବଳ ବେଙ୍ଗଲ ପାଇଁ ନୁହେଁ ବରଂ ସମସ୍ତ ଇଣ୍ଡିଆ ମେଣ୍ଟ-ଶାସିତ ରାଜ୍ୟ ପାଇଁ ପ୍ରସଙ୍ଗ ଉଠାଇବି। ଏହାକୁ ସଂଘୀୟ ବ୍ୟବସ୍ଥା ବୋଲି କୁହାଯାଉଛି। କିନ୍ତୁ ସେମାନେ ଇଣ୍ଡିଆ ମେଣ୍ଟ ଶାସିତ ରାଜ୍ୟଗୁଡ଼ିକ ପାଇଁ ଆର୍ଥିକ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି।”ନୀତୀ ଅୟୋଗ ବୈଠକରେ ସାମିଲ ହେବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ପ୍ରକୃତରେ ନୀତୀ ଆୟୋଗ ବୈଠକରେ ଯୋଗ ଦେବାର କୌଣସି ଆବଶ୍ୟକ ନାହିଁ। ଏଥିସହିତ ସେ କେନ୍ଦ୍ର ବଜେଟ୍କୁ ନିନ୍ଦା କରି ଏହା ଜନ ବିରୋଧୀ, ଗରିବ ବିରୋଧୀ ଓ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
ସହିପରି ଦେଖା ଦେଉଥିବା ରାଜନୈତିକ ବିଭେଦକୁ ନେଇ ମମତା ଶାସକ ଦଳକୁ ଦାୟୀ କରିଛନ୍ତି। ଶାଳକ ଦଳ ବିହାର, ଝାଡ଼ଖଣ୍ଡ ଓ ବେଙ୍ଗଲରେ ରାଜନୈତିକ ବିଭାଜନ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ମମତା କହିଛନ୍ତି। ନିର୍ବାଚନ ସମୟରେ ସେ ଟୁକ୍ଡେ ଟୁକ୍ଡେ ଗ୍ୟାଙ୍ଗ ଶବ୍ଦର ବ୍ୟବହାର କରୁଥିଲେ, ଏବେ ସେ ଦେଶକୁ ବିଭାଜନ କରିବାକୁ ଲାଗିଲେଣି ବୋଲି ମମତା କହିଛନ୍ତି।