ବିସିସିଆଇ ଅଧ୍ୟକ୍ଷ ପଦରୁ ସୌରଭ ଗାଙ୍ଗୁଲିଙ୍କୁ ହଟାଇବା ନିହାତି ଲଜ୍ଜାକର କଥା, ଏହା ନିଶ୍ଚିତ ତାଙ୍କୁ ବାଧିଥିବ ବୋଲି କହିଲେ ମମତା

Published By : Prameya-News7 Bureau | October 20, 2022 IST

କୋଲକାତା: ବିସିସିଆଇ ଅଧ୍ୟକ୍ଷ ପଦରୁ ସୌରଭ ଗାଙ୍ଗୁଲିଙ୍କୁ ହଟାଇବା ଘଟଣାରେ ପୁଣିଥରେ ଗାଙ୍ଗୁଲିଙ୍କ ସମର୍ଥନରେ ବାହାରିଛନ୍ତି ମମତା। କେଉଁ କାରଣୁ ସୌରଭଙ୍କୁ ହଟାଗଲା? ଏହା ସୌରଭଙ୍କ ମନକୁ ନିଶ୍ଚୟ ଆଘାତ ଦେଇଥିବ ବୋଲି ମମତା କହିଛନ୍ତି। ଅକ୍ଟୋବର ୧୭ ତାରିଖରେ ମଧ୍ୟ ମମତା ଏ ବିଷୟରେ ଟିପ୍ପଣୀ ରଖି ଗାଙ୍ଗୁଲିଙ୍କ ପ୍ରତି ଅନ୍ୟାୟ ହେଇଛି ବୋଲି କହିଥିଲେ। ତାଙ୍କୁ ଆଇସିସି ପଠାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ

ଆଜି ପୁଣିଥରେ ଏ ବିଷୟରେ ପ୍ରତିକ୍ରିୟା ଦେଇ ବିଜେପିକୁ ଟାର୍ଗେଟ୍ କରିବା ସହ ସୌରଭ କଥା ବାଧିଥିବ ବୋଲି ମମତା କହିଛନ୍ତି। କେଉଁ କାରଣରୁ ସୌରଭଙ୍କୁ ହଟାଗଲା ବୁଝିପାରିଲିନି। ନିଜସ୍ୱ ସ୍ୱାର୍ଥ କାରଣରୁ ଏପରି କରାଯାଇଛି। ଆଜି ଯଦି ଏହି ସ୍ଥାନରେ ସଚିନ ଓ ଆଜହର ଥାନ୍ତେ ତେବେ ବି ମୁଁ ସ୍ୱର ଉଠାଇଥାନ୍ତି। ଏଥିରେ ସୌରଭ ନିଶ୍ଚିତ ଦୁଃଖ ପାଇଥିବେ। ହେଲେ ସେ ଭଦ୍ରଲୋକ। ସେଥିପାଇଁ କିଛି କହିଲେନି। ତେବେ ମୁଁ ଏହି ଘଟଣାକୁ ସହଜରେ ନେଉ ନାହିଁ। ଏହା ଅତି ଲଜ୍ଜାକର କଥା ବୋଲି ମମତା କହିଛନ୍ତି। ୨୦୧୯ ନଭେମ୍ବର ୧୯ ତାରିଖରେ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ସେବେଠାରୁ ସେ ତିନି ବର୍ଷର ଧରି ବିସିସିଆଇ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ।

wp:html /wp:html

ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ବିସିସିଆଇ ବରିଷ୍ଠ ଖେଳାଳି ଚୟନ ସିମିତି ଅଧ୍ୟ ଚେତନ ଶର୍ମାଙ୍କର ଆସନ ବି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଅଷ୍ଟ୍ରେଲିଆରେ ହେଉଥିବା ଟି-୨୦ ବିଶ୍ୱକପ୍‌ ପରେ ବିସିସିଆଇ ବରିଷ୍ଠ ଚୟନ କମିଟିରେ ପରିବର୍ତ୍ତନ କରିପାରେ। ଏନେଇ ଖବର ଆସିବା ପରେ ଗାଙ୍ଗୁଲିଙ୍କ ପରେ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍ ନେଇଥିବା ଚେତନ ଶର୍ମାଙ୍କ ଆସନ ବି ଯାଇପାରେ ବୋଲି କୁହାଯାଉଛି।

ଏହି ଘଟଣାକୁ ନେଇ ଟିଏମ୍‌ସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ସୌରଭ ବିଜେପିରେ ସାମିଲ୍ ହେବାକୁ ମନା କରିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ଟିଏମ୍‌ସି ଅଭିଯୋଗ କରିଛି। ଅନ୍ୟପଟେ ବିଜେପି କହିଛି ଟିଏମ୍‌ସି ଏହି ମାମଲାରେ ଅଯଥା ରାଜନୀତି ପୂରାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.