ହେଲିକପ୍ଟରର ଜରୁରୀ ଅବତରଣ ବେଳେ ମମତା ବାନାର୍ଜୀ ଆହତ, ପିଠି ଓ ଆଣ୍ଠୁରେ ଲାଗିଛି ଆଘାତ
27/06/2023 at 5:37 PM

କୋଲକାତା: ହେଲିକପ୍ଟରର ଜରୁରୀ ଅବତରଣ ବେଳେ ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଦିନ ପ୍ରାୟ ଦୁଇଟା ବେଳେ ଏଭଳି ଦୁର୍ଘଟଣା ଘଟିଛି। ମମତାଙ୍କ ପିଠି ଓ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଆଜି ପାଗ ଖରାପ ଥିବାରୁ ଉତ୍ତର ବଙ୍ଗରେ ଦିନ ୨ଟା ବେଳେ ମମତାଙ୍କ ହେଲିକପ୍ଟର ଉଡ଼ାଣ ନ ଭରି ଜରୁରୀ ଅବତରଣ କରିଥିଲା। ପ୍ରବଳ ବର୍ଷା ଯୋଗୁ ହେଲିକପ୍ଟରଟି ଉଡ଼ିପାରି ନଥିଲା। ତେଣୁ ଉତ୍ତରବଙ୍ଗର ସାଲୁଗରା ସ୍ଥିତ ଆର୍ମି ଏୟାର୍ ବେସ୍ରେ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା।
ବାଗଡୋଗ୍ରାରେ ପଞ୍ଜାୟତ ମିଟିଂ ସାରିବା ପରେ ଏହି ହେଲିକପ୍ଟରରେ ବସି ମମତା ଜଲପାଇଗୁଡ଼ି ଯାତ୍ରା କରିଥିଲେ। ହେଲିକପ୍ଟର ଜରୁରୀ ଅବତରଣ ବେଳେ ତାଙ୍କ ଅଣ୍ଟା ଓ ଆଣ୍ଠୁରେ ସାମାନ୍ୟ ଆଘାତ ଲାଗିବୁରା ତାଙ୍କୁ କୋଲକାତାର ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସଡ଼କ ମାର୍ଗରେ ଫରେୁଥିବା ସୂଚନା ମିଳିଛି।
ପଢ଼ନ୍ତୁ –ବୁଧବାରଠୁ କମିବ ବର୍ଷାର ପରିମାଣ, ବରଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ
ରବିବାର ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁନୀ ବାୟୁ ଦିଲ୍ଲୀ, ମୁମ୍ବାଇ ଓ ପଶ୍ଚିମବଙ୍ଗ ସମେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ରସର ହୋଇଛି। ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ମନ୍ଥର ଗତିରେ ଆସୁଥିବା ମୌସୁମୀ ବର୍ତ୍ତମାନ ଧୀରେ ଧୀରେ ବର୍ଷାର ପରିମାଣ ବଢ଼ୁଛି।
ବର୍ତ୍ତମାନ ମୌସୁମୀ ମହାରାଷ୍ଟ୍ରର କିଛି ଅଞ୍ଚଳ ସମେତ ସମ୍ପୂର୍ଣ୍ଣ କର୍ଣ୍ଣାଟକ, କେରଳ, ତାମିଲନାଡୁ, ଛିତଶଗଡ଼, ଓଡ଼ିଶା, ଉତ୍ତର ପୂର୍ବ ଭାରତ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ପୂର୍ବ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶର ଅଧିକାଂଶ ଅଞ୍ଚଳ ଏବଂ ହରିଆଣାର କିଛି ଅଂଶକୁ ଛୁଇଁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।