oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ବିଦ୍ୟାଳୟଗୁଡ଼ିକ ପାଇଁ ଲାଗୁ ହେଲା ନୂଆ ଡ୍ରେସ କୋଡ୍, ଏଣିକି ଏହି ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ

21/03/2022 at 8:54 AM

କୋଲକାତା ୨୧/୦୩ : ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏଠାରେ ନୂତନ ଡ୍ରେସ କୋଡ୍ ଲାଗୁ କରିବାକୁ ଯାଉଛନ୍ତି ସରକାର । ସୂଚନାନୁସାରେ, ବଙ୍ଗଳାର ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ ନୀଳ ଓ ଧଳା ରଙ୍ଗର ହେବ ।

ନୂତନ ଡ୍ରେସ କୋଡରେ ବଙ୍ଗଳା ସରକାରଙ୍କ ‘ବିଶ୍ୱ ବଙ୍ଗଳା’ ଲୋଗୋ ମଧ୍ୟ ରହିବ । ଏହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ପରିକଳ୍ପନା କରିଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏହି ନୂତନ ୟୁନିଫର୍ମକୁ ରାଜ୍ୟର ଏମଏସଏମଇ ବିଭାଗ ଯୋଗାଇ ଦେବ । ପ୍ରି-ପ୍ରାଇମେରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାଳକମାନଙ୍କ ପାଇଁ ଧଳା ସାର୍ଟ ଏବଂ ନେଭି ବ୍ଲୁ ପ୍ୟାଣ୍ଟ ଏବଂ ଝିଅମାନଙ୍କର ନାଭି ବ୍ଲୁ ଫ୍ରକ୍ ସହିତ ଧଳା ସାର୍ଟ ସହ ରହିବ ସାଲୱାର୍ କମିଜ୍ ।

ଏହା ସହିତ ବିଶ୍ୱ ବଙ୍ଗଳାର ଲୋଗୋ ପ୍ରତ୍ୟେକ ପୋଷାକର ପକେଟରେ ରହିବ । ଏପରିକି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ସ୍କୁଲ ବ୍ୟାଗ ଉପରେ ବିଶ୍ୱ ବଙ୍ଗଳା ଲେଖା ରହବି । ତୃତୀୟ ଶ୍ରେଣୀରୁ କ୍ଲାସ୍ ପଞ୍ଚମ ପର୍ଯ୍ୟନ୍ତ ଦୁଇଟି ଲେଖାଏଁ ୟୁନିଫର୍ମ ସେଟ୍ ଦିଆଯିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ, ସାଲୱାର୍ ଏବଂ କାମିଜ୍ ଡୁପାଟ୍ଟାର ଦୁଇଟି ସେଟ୍ ଦିଆଯିବ ।

ସୂଚନା ଥାଉକି, ପୂର୍ବରୁ ମମତା ବାନାର୍ଜୀ ସରକାର ଏହି ନିର୍ଦ୍ଦେଶ ଦେଇଥିଲେ । ଏହା ଅଧୀନରେ, ସମସ୍ତ ସରକାରୀ କାର୍ଯ୍ୟାଳୟ ଭବନ ଏବଂ ସର୍ବସାଧାରଣ ଭିତ୍ତିଭୂମି ନୀଳ ଏବଂ ଧଳା ରଙ୍ଗରେ ରଙ୍ଗ ଦିଆଯିବ ।

   Related Posts