କୁସ୍ତିଯୋଦ୍ଧାଙ୍କ ସହ ପୋଲିସ୍‌ର ହାତାହାତିକୁ ନିନ୍ଦା କଲେ ମମତା, କହିଲେ- ତୁରନ୍ତ...

Published By : Prameya-News7 Bureau | May 28, 2023 IST

ନୂଆଦିଲ୍ଲୀ, ୨୮/୦୫: ବିଜେପି ସାଂସଦ ଏବଂ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଧାରଣା ଜାରି ରହିଛି। ଏହାରି ମଧ୍ୟରେ ରବିବାର ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନେ ସଂସଦ ଭବନ ଆଡ଼କୁ ଯିବାକୁ ଉଦ୍ୟମ କରିବାବେଳେ ଅଟକାଇଛି ପୋଲିସ୍‌।

ଏହି ସମୟରେ ବେଶ୍ ଉତ୍ତେଜନା ଦେଖିବାକୁ ମଧ୍ୟ ମିଳିଛି। ପୋଲିସ୍‌ ଧସେଇ ପଶିବାକୁ ଚେଷ୍ଟା କରୁଥିବା କୁସ୍ତିଯୋଦ୍ଧାଙ୍କୁ ଅଟକାଇବା ସହ ନିଜ ହେପାଜତକୁ ନେଇଥିଲା। ଏନେଇ ହେପାଜତକୁ ନିଆଯାଇଥିବା ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କହିଛନ୍ତି ଯେ, ‘ଶାନ୍ତିପୂର୍ବକ ରାଲି କରାଯାଉଥିଲା କିନ୍ତୁ ସେମାନେ ଆମକୁ ବଳପୂର୍ବକ ଘୋଷାଡ଼ି ଥିଲେ ଏବଂ ହେପାଜତକୁ ନେଇଥିଲେ।’’

{"id":793837,"sizeSlug":"full","linkDestination":"none"}

ତେବେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ୍‌ କରି ନିନ୍ଦା କରିଛନ୍ତି। ସେ କହିଛନ୍ତି ‘‘ଆମର ଚାମ୍ପିୟନଙ୍କ ସହ ଯେଉଁଭଳି ଭାବରେ ବ୍ୟବହାର କରାଯାଇଛି ତାହା ଖୁବ୍ ଲଜ୍ଜାଜନକ। ମମତା ଟ୍ବିଟ୍‌ କରି କହିଛନ୍ତି ‘‘ଯେଉଁଭଳି ଭାବରେ ଦିଲ୍ଲୀ ପୋଲିସ୍‌ ସାକ୍ଷୀ ମଲିକ, ବିନେଶ ଫୋଗାଟ ଏବଂ ଅନ୍ୟ କୁସ୍ତିଯୋଦ୍ଧାଙ୍କ ସହ ମାରପିଟ୍‌ କରିଛନ୍ତି ତାହାର କଡ଼ା ନିନ୍ଦା କରୁଛି। ଏହା ଲଜ୍ଜାଜନକ ଯେ ଆମର ଚାମ୍ପିୟନ୍ସଙ୍କ ସହ ଏଭଳି ବ୍ୟବହାର କରାଯାଉଛି।’’ ଏହା ସହ ସେ ତୁରନ୍ତ ସେମାନଙ୍କୁ ଛାଡ଼ିବା ପାଇଁ ଦାବି କରିଛନ୍ତି। ଏବଂ କୁସ୍ତିଯୋଦ୍ଧାଙ୍କ ସହ ଥିବା କହିଛନ୍ତି।

{"id":793838,"width":562,"height":375,"sizeSlug":"full","linkDestination":"none"}

ଏହା ପୂର୍ବରୁ ନୂଆ ସଂସଦ ଭବନ ଆଡ଼କୁ ବଢ଼ୁଥିବା କୁସ୍ତିଯୋଦ୍ଧା ଏବଂ ପ୍ରଦର୍ଶନକାରୀଙ୍କୁ ହେପାଜତକୁ ନେବା ପରେ ଦିଲ୍ଲୀ ପୋଲିସ୍‌ ଜନ୍ତର-ମନ୍ତରରୁ ତମ୍ବୁ ମଧ୍ୟ ଓପାଡ଼ିବା ଆରମ୍ଭ କରିଦେଇଛି। ଜେଏନୟୁ ଛାତ୍ରମାନେ ମଧ୍ୟ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଓହ୍ଲାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.