oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଜୁବେରଙ୍କ ଗିରଫଦାରୀ ନେଇ ବିଜେପି ଉପରେ ବର୍ଷିଲେ ମମତା, କହିଲେ- ସତ ସହି ପାରୁନି ଶାସକ ଦଳ

28/06/2022 at 6:32 PM

କୋଲକାତା: ଅଲ୍‌ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଧର୍ମୀୟ ଭାବାବେଗକୁ ଆଘାତ ଦେବା ଏବଂ ଦଙ୍ଗା ଉସୁକାଇବା ଅଭିଯୋଗରେ ଗିରଫ କରାଯାଇଛି। ମୁମ୍ବାଇର ସାମାଜିକ କର୍ମୀ ତିସ୍ତା ଶୀତଲଓ୍ଵାଡ ମଧ୍ୟ ଗିରଫ ହୋଇଛନ୍ତି। ଏହାକୁ ନେଇ ମଙ୍ଗଳବାର ବିଜେପି ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଶାଣିତ ସ୍ଵରରେ ବିଜେପିର ସମାଲୋଚନା କରିଛନ୍ତି।

ବାନାର୍ଜୀ କହିଛନ୍ତି, ବିଜେପି ସାମାଜିକ ଗଣମାଧ୍ୟମରେ ମିଛ ଭିଡିଓ ସେୟାର କରି ଲୋକଙ୍କ ମଧ୍ୟରେ ମିଥ୍ୟା ସୂଚନା ପ୍ରଚାର କରୁଛି। ଯେତେବେଳେ ନିଜର ନେତା ବିଦ୍ଵେଷକାରୀ ଗୁଜବ ପ୍ରଚାର କରୁଛନ୍ତି ଏବଂ ଅନ୍ୟଙ୍କୁ ଅପମାନିତ କରୁଛନ୍ତି, ସେତେବେଲେ ସେମାନଙ୍କୁ ଗିରଫ କରାଆଉନି। ଏହି ସମୟରେ କେନ୍ଦ୍ର ସରକାର ନିରବ ରହୁଛନ୍ତି। ଏପରିକି ସେମାନେ ଲୋକଙ୍କ ହତ୍ୟା କଲେ ବି ତାଙ୍କ ଦେହରେ ଟିପ ମରାଯାଉନି। କିନ୍ତୁ ଆମେ ଯଦି ସତ କହୁଛୁ ତେବେ ଆମକୁ ଟାର୍ଗେଟ୍ କରାଯାଉଛି। କାହିଁକି ଜୁବେରଙ୍କୁ ଗିରଫ କରାଗଲା ? ସେ କଣ ଏମିତି କରିଛନ୍ତି ? କାହିଁକି ତିସ୍ତା ଗିରଫ କରାଗଲା?  ସେ କଣ ଭୁଲ୍ କରିଥିଲେ ? ଆଜି ପୂରା ଦୁନିଆ ଏମିତି ଗିରଫଦାରୀର ନିନ୍ଦା କରୁଥିବା ମମତା ବାନାର୍ଜୀ କ୍ଷୋଭ ପ୍ରକାଶ କରି କହିଛନ୍ତି।

ସୋମବାର ଦିଲ୍ଲୁୀ ପୋଲିସ  ଅଲ୍‌ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଧର୍ମୀୟ ଭାବାବେଗକୁ ଆଘାତ ଦେବା ଏବଂ ଦଙ୍ଗା ଉସୁକାଇବା ଅଭିଯୋଗରେ ଗିରଫ କରିଛି। କୋର୍ଟ ତାଙ୍କୁ ମଙ୍ଗଳବାର ଚାରି ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଜଣେ ଟୁଇଟର ବ୍ୟବହାରଙ୍କ ଅଭିଯୋଗକୁ ଭିତ୍ତି କରି ଜୁବେରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜୁବେର ଧର୍ମୀୟ ଭାବାବେଗକୁ ଆଘାତ ଦେଉଥିବା ଅଭିଯୋଗ କରିଥିଲେ ଟୁଇଟର ବ୍ୟବହାରକାରୀ। ୨୦୨୦ ମସିହାର ଏକ କେସରେ ଜୁବେରଙ୍କୁ ପଚରା ଉଚୁରା ପାଇଁ ଦିଲ୍ଲୀ ପୋଲିସ ସୋମବାର ଡକାଇଥିଲା। ହେଲେ ତାଙ୍କୁ ଏକ ସଦ୍ୟତମ ମାମଲାରେ ଗିରଫ କରାଯାଇଥିଲା।

   Related Posts