ନିଜ ଆସନ ଭିତରେ ସୀମିତ ରୁହ, ମହୁଆ ମୋଇତ୍ରାଙ୍କୁ କଡା ଶବ୍ଦରେ ତାଗିଦ୍ କଲେ ମମତା ବାନାର୍ଜୀ
9/09/2022 at 6:59 PM

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳର ସାଂସଦ ମହୁଆ ମୋଇତ୍ରାଙ୍କୁ କଡା ତାଗିଦ୍ କରିଛନ୍ତି। ସଂଗଠନର କାମରେ ଦଖଲ ନଦେଇ ନିଜର ସଂସଦୀୟ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ମହୁଆଙ୍କୁ କଡା ଶବ୍ଦରେ କହିଛନ୍ତି ମମତା ବାନାର୍ଜୀ । ଉଲ୍ଲେଖଯୋଗ୍ୟ ମହୁଆ ମୋଇତ୍ରା କୃଷ୍ଣାନଗରୁ ଲୋକସଭା ସାଂସଦ ଅଛନ୍ତି।
କୋଲକାତରେ ବୁଥ ସ୍ତରର କର୍ମୀଙ୍କ ସହ ବୈଠକରେ ନାଦିଆର କରୀମପୁର ବିଧାନସଭା ଆସନକୁ ନେଇ ଦଳର ଅନ୍ତଃକନ୍ଧଳ ଲାଗି ରହିଛି । ୨୦୧୬ ମସିହାର ମହୁଆ ମୋଇତ୍ରା କରୀମପୁରରୁ ବିଧାୟକ ହୋଇଥିଲେ, ଏହି କାରଣରୁ ସେ ଏହି ଆସନରେ ଦଳର ସଂଗଠନ ସ୍ତରରେ ହସ୍ତକ୍ଷେପ କରୁଥିଲେ। ଏବେ ମମତା ବାନାର୍ଜୀ କଡା ଶବ୍ଦରେ ମହୁଆ ମୋଇତ୍ରାଙ୍କୁ ତାଗିଦ କରି ଏଥିରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ, କରୀମପୁର ବିଧାନସଭା ଆସନ ଏବେ ମହୁଆ ମୋଇତ୍ରାଙ୍କ ଅଧିନରେ ନୁହେଁ ବରଂ ଅବୁ ତାହିର ଏହାର ପ୍ରଭାରୀ ଅଛନ୍ତି । ମହୁଆ ମୋଇତ୍ରାଙ୍କ ଦଖଲକୁ ନେଇ ସ୍ଥାନୀୟ ବିଧାୟକ ସହ ବହୁ ନେତା ଅସନ୍ତୋଷ ଜାହିର କରିଥିଲେ ।