Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ନୂଆ ସାମୁଖ୍ୟ ଉପରେ ମମତା-ଅଖିଳେଶଙ୍କ ମଧ୍ୟରେ ସହମତି, କଂଗ୍ରେସର ନାହିଁ ସ୍ଥାନ

17/03/2023 at 7:34 PM

କୋଲକାତା: କେନ୍ଦ୍ରର ତିନି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପିଠାରୁ ସମଦୂରତା ରକ୍ଷା କରିବା ଉପରେ ସହମତ ହୋଇଛନ୍ତି । ଏହାସହ ସେମାନେ ଦୁଇ ଦଳ ସହ ସମାନ ବ୍ୟବହାର କରିବା ପାଇଁ ଏକ ନୀତି ଅନୁକରଣ କରିବେ ସଂକେତ ଦେଇଛନ୍ତି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ମଧ୍ୟରେ କୋଲକାତାରେ ସାକ୍ଷାତ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିବେ ।

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳଗୁଡିକର ମୁଖ୍ୟ ନେତା ଭାବେ ଦର୍ଶାଇବା ପାଇଁ ବିଜେପି କରୁଥିବା ଉଦ୍ୟମକୁ କାଉଣ୍ଟର କରିବା ହେଉଛି ରଣନୀତିର ଉଦ୍ଦେଶ୍ୟ । ସଂସଦରେ ବିରୋଧୀଙ୍କ ଭାଷଣ ବେଳେ ମାଇକ୍ରୋଫୋନ୍ ମ୍ୟୁଟ୍ କରାଯାଉଥିବା ନେଇ ଲଣ୍ଡନରେ ଦେଇଥିବା ବୟାନ ଉପରେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବିଜେପି ଦାବି କରୁଛି । ରାହୁଲ ଗାନ୍ଧୀଙ୍କ ବାହାନାରେ ବିଜେପି ଅନ୍ୟ ବିରୋଧୀ ଦଳକୁ ଟାର୍ଗେଟ କରୁଥିବା ସେମାନେ ଅନୁଭବ କରୁଛନ୍ତି ।

ଏନଡିଟିଭିର ରିପୋର୍ଟ ଅନୁସାରେ, ଟିଏମସି ସାଂସଦ ସୁଦୀପ ବନ୍ଦୋପଧ୍ୟାୟ କହିଛନ୍ତି ଯେ ବିରୋଧୀ ଦଳ ଗୁଡିକର ‘ବିଗ୍ ବସ’ ହେଉଛି କଂଗ୍ରେସ ଏହା ଭାବିବା ଭୁଲ ।

ଟିଏମସି ସାଂସଦ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ମାର୍ଚ୍ଚ ୨୩ରେ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଆମେ ଏହା (ବିଜେପି ଏବଂ କଂଗ୍ରେସ ଠାରୁ ସମଦୂରତ୍ୱ) ଉପରେ ଅନ୍ୟ ଆଞ୍ଚଳିକ ଦଳ ଗୁଡିକ ସହ ଆଲୋଚନା କରିବୁ । ଆମେ ଏହାକୁ ତୃତୀୟ ମୋର୍ଚ୍ଚା ବୋଲି କହୁ ନାହୁଁ କିନ୍ତୁ ଆଞ୍ଚଳିକ ଦଳ ଗୁଡିକ ପାଖରେ ବିଜେପିର ମୁକାବିଲା କରିବାର ଶକ୍ତି ରହିଛି’ ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉଭୟ କଂଗ୍ରେସ ଏବଂ ବିଜେପିଠାରୁ ସମଦୂରତ୍ୱ ରକ୍ଷା ନେଇ ସ୍ପଷ୍ଟ ମତ ରଖିସାରିଛନ୍ତି । କୋଲକାତାରେ ସାମ୍ୱାଦାକିଙ୍କୁ ପ୍ରତିକ୍ରିୟା ଦେଇ ଅଖିଳେଶ କହିଛନ୍ତି, ‘ପଶ୍ଚିମବଙ୍ଗରେ ଆମେ ମମତା ଦିଦିଙ୍କ ସହ ଅଛୁ । ଆମେ ଉଭୟ କଂଗ୍ରେସ ଏବଂ ବିଜେପିଠାରୁ ସହଦୂରତା ନୀତି ଅବଲମ୍ୱନ କରିବୁ’ ।  

   Related Posts