Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଭବାନୀପୁର ଉପନିର୍ବାଚନରେ ମମତା ବାନାର୍ଜୀଙ୍କ ଦମଦାର ବିଜୟ, ୫୮ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ଜିତିଲେ ଦିଦି

3/10/2021 at 2:22 PM

କୋଲକାତା ୦୩/୧୦ : ଭବାନୀପୁରରେ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦମଦାର ବିଜୟ । ବିପୁଳ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ବିଜୟୀ ହେଲେ ଦିଦି । ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ବାଲଙ୍କ ଠାରୁ ୫୮ ହଜାର ୩୮୯ ଭୋଟରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦି ମୋଟ ୮୪,୭୦୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେଓ୍ବାଲ ପାଇଛନ୍ତି ୨୬, ୩୨୦ ଭୋଟ ।

ଭୋଟ ଗଣତି ଆରମ୍ଭରୁ ହିଁ ଦିଦି ଆଗରେ ରହିଥିଲେ । ପ୍ରତି ରାଉଣ୍ଡରେ ମମତା ବାନାର୍ଜୀ ଲିଡ୍‌ କରୁଥିଲେ । କଡା ଟକ୍କର ହେବା ନେଇ ଶୁଣାଯାଉଥିଲେ ବି ଦିଦି କିନ୍ତୁ ଏକ ପାଖିଆ ଭାବେ ବିଜୟୀ ହୋଇଛନ୍ତି ।

ତେବେ କୌଣସି ପ୍ରାର୍ଥୀ ବିଜୟୀ ହେବାପ​‌ରେ ଉତ୍ସବ ମନାଯିବ ନାହିଁ ବୋଲି ନିର୍ବାଚନ କମିସନ, ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହା ସହିତ ଭୋଟ ଗଣତି ପରେ କୌଣସି ହିଂସା ଯେଭଳି ନଉପୁଜେ ସେ ନେଇ ମଧ୍ୟ ସରକାର ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ ରହିଛି । କାରଣ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଏବଂ ଭୋଟ ଗଣତି ପରବର୍ତ୍ତୀ ବ୍ୟାପକ ହିଂସା ଘଟିଥିବା ନଜିର ରହିଛି । ସେହି କାରଣରୁ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କଡାକଡି କରାଯାଇଛି ।

   Related Posts