ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରୁ ପୁରୀ ଯିବେ Mamata Banerjee

Published By : Prameya-News7 Bureau | March 21, 2023 IST

ଭୁବନେଶ୍ୱର ୨୧/୦୩: ଓଡ଼ିଶାରେ ମମତା ବାନାର୍ଜୀ । ପ୍ରଥମେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ଭୁବନେଶ୍ୱରରୁ ପୁରୀ ଯିବେ ମମତା ।

ସୂଚନା ଥାଉକି, ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ କିଛି ସମୟ ପରେ ସେ ପୁରୀ ଅଭିମୁଖେ ବାହାରିବେ । ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ତେବେ ମଙ୍ଗଳବାର ଓ ବୁଧବାର ସେ ପୁରୀରେ ରହିବାର କାର୍ଯ୍ୟକମ ରହିଛି ।

ବିଶେଷକରି ଶ୍ରୀମନ୍ଦିରରେ ସେ ୩ ଘଣ୍ଟା ରହି ବିଶେଷ ପୂଜାର୍ଚ୍ଚନା କରିବେ । ସେପଟେ ମମତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ୍ଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେ ସେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଏହାପରେ ସେ ୨୩ ତାରିଖରେ କୋଲକାତା ଫେରିଯେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.