ବାଟ ହୁଡ଼ିଛି ଯୋଜନା ; ପୃଷ୍ଟିହୀନତାର ଶିକାର କାମାକ୍ଷାନଗର ବଇଁଶୀଙ୍କ ପରିବାର
6/05/2018 at 1:13 PM

ଶିଶୁ ଓ ଗର୍ଭବତୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ସରକାରଙ୍କ ଶିଶୁ ବିକାଶ ଯୋଜନା ରହିଛି | ହେଲେ ଢେ଼ଙ୍କାନାଳ କାମାକ୍ଷାନଗର ବ୍ଲକ କେନ୍ଦୁପସି ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି |
ଖାଇବାକୁ ନପାଇ ଗାଁର ବଇଁଶୀ ଓ ତାଙ୍କ ଦୁଇ ଶିଶୁ ପୃଷ୍ଟିହୀନତାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ଖାଦ୍ୟ ସୁରକ୍ଷା ଆଇନରେ ଗରିବଙ୍କୁ ରାସନ କାର୍ଡ ଜରିଆରେ ଚାଉଳ ଗହମ ଯୋଗାଇଦେବାର ବ୍ୟବସ୍ଥା ରହିଛି | ହେଲେ ବଇଁଶୀଙ୍କ ପରିବାର ଏଥିରୁ ବଞ୍ଚିତ | ୨ମାସ ପୂର୍ବରୁ ତାଙ୍କ ସ୍ତ୍ରୀ ଅନାହାରରେ ମୃତ୍ୟୁ କରିଥିବା ଅଭିଯୋଗ ହୋଇଛି | ନିଜେ ବଇଁଶୀ ମଧ୍ୟ ଖାଇବାକୁ ନପାଇ ଅନେକ ରୋଗରେ ପୀଡିତ |