ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

Published By : Prameya-News7 Bureau | May 03, 2023 IST

ବେଙ୍ଗାଲୁରୁ: ମଲ୍ଲିକାର୍ଜନ ଖଡ଼ଗେଙ୍କ ପରେ ଏବେ ତାଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ ମଧ୍ୟ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନାଲାୟକ(ଅପଦାର୍ଥ) କହିବା ଅଭିଯୋଗରେ ନିର୍ବାଚନ କମିଶନ ପ୍ରିୟଙ୍କଙ୍କୁ ନୋଟିସ୍ କରିଛନ୍ତି।

କେବଳ ସେତିକି ନୁହେଁ ବିଜେପି ନେତା ବିପି ଯତନାଲଙ୍କୁ ମଧ୍ୟ ତାଙ୍କର ବିଷକନ୍ୟା ଟିପ୍ପଣୀ ପାଇଁ ନୋଟିସ୍ କରିଛି ନିର୍ବାଚନ କମିଶନ। ମଲ୍ଲିକାର୍ଜୁନ ଖଡ଼ଗେ ବିଷାକ୍ତ ସାପ ବୟାନରେ ଜବାବ ଦେଇ ସୋନିଆ ଗାନ୍ଧୀଙ୍କୁ ବିଷକନ୍ୟା ବୋଲି କହିଥିଲେ ଯତନାଲ। ପ୍ରବାସୀ ବଞ୍ଜାରା ସମ୍ପ୍ରଦାୟଙ୍କୁ ସମ୍ବୋଧନ କଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏଭଳି ବିବାଦୀୟ ବୟାନ ଦେଇଥିଲେ ପ୍ରିୟଙ୍କ ଖଡ଼ଗେ।

ଖଡ଼ଗେ କହିଥିଲେ ପିଏମ୍ ମୋଦୀ ଯେତେବେଳେ କୁଲବର୍ଗୀ ଆସିଥିଲେ, ସେତେବେଳେ କହିଥିଲେ ଯେ ଆପଣ ଡରନ୍ତୁ ନାହିଁ । ବଞ୍ଜାରା ସମୁଦାୟର ଜଣେ ପୁଅ ଦିଲ୍ଲୀରେ ବସିଛି । ଏହା ଉପରେ ପ୍ରିୟାଙ୍କ କହିଛନ୍ତି ଯେ ଏପରି ଅଯୋଗ୍ୟ ସନ୍ତାନ ଥିଲେ ଘର କେମିତି ଚାଲିବ ? 

ପ୍ରିୟାଙ୍କ ଖଡଗେ ପିଏମ୍ ମୋଦୀଙ୍କ ଅଯୋଗ୍ୟ ପୁଅ କହିବା ପରେ ପାଲଟା ଜବାବ ଦେଇଥିଲା ବିଜେପି । ବିଜେପିର ଶୋଭା କରନ୍ଦଲାଜେ କହିଥିଲେ, କଂଗ୍ରେସ ଅଧ୍ୟକ୍ଷ ପ୍ରଚାର ସମୟରେ ପିଏମ୍ ମୋଦୀଙ୍କୁ ସାପ କହିଥିଲେ । ଏବେ ତାଙ୍କ ପୁଅ ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କହୁଛନ୍ତି। କଂଗ୍ରେସ ଜାଣି ରଖିବା ଦରକାର ଯେ ସେ ବିଜେପିର ନୁହନ୍ତି, ବରଂ ସାରା ଦେଶର ପ୍ରଧାନମନ୍ତ୍ରୀ। କର୍ଣ୍ଣାଟକର ଲୋକେ ତାଙ୍କୁ ଅଧିକ ଭଲ ପାଉଛନ୍ତି। କର୍ଣ୍ଣାଟକବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପରେ ନିଜ ଭଲ ପାଇବା ଅଜାଡି ଦେଇଛନ୍ତି ବୋଲି ସୋଭା କହିଥିଲେ।

ଏପ୍ରିଲ ୨୭ ତାରିଖରେ ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକ କଳବୁରଗୀରେ ରାଲି କରି ମୋଦୀଙ୍କୁ ବିଷାକ୍ତ ସାପ ବୋଲି କହିଥିଲେ। ମୋଦୀଙ୍କୁ ଟାର୍ଗେଟ୍‌ କରି ଖଡଗେ କହିଛନ୍ତି ଯେ ପିଏମ ମୋଦୀ ‘ବିଷାକ୍ତ ସାପ’ ଭଳି। ଆପଣ ଚିନ୍ତା କରନ୍ତୁ ବିଷାକ୍ତ କି ନୁହେଁ। ଯଦି ଆପଣ ଏହାକୁ ଚାଟୁଛନ୍ତି ତେବେ ଆପଣ ମରିଯିବେ।

ଖଡ଼ଗେଙ୍କ ବୟାନକୁ ନେଇ ବିବାଦ ହେବା ପରେ ପରେ ସଫେଇ ଦେଇତିଲେ ଖଡଗେ। ସେ କହିଥିଲେ ‘ମୁଁ ପିଏମ ମୋଦୀଙ୍କୁ ଏଭଳି କହିନାହିଁ। ମୋର କହିବାର ଅର୍ଥ ବିଜେପିର ବିଚାରଧାରାକୁ ନେଇ ଥିଲା। ତାହା ସାପ ଭଳି। ତାଙ୍କ ଚିନ୍ତାଧାରା ସାପ ଭଳି ଯଦି ଆପଣ ଏହାକୁ ଛୁଇଁବାକୁ ଚେଷ୍ଟା କରିବା ତେବେ ଆପଣଙ୍କ ମୃତ୍ୟୁ ନିଶ୍ଚିତ’ ମୁଁ ପିଏମ ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ଏଭଳି କହି ନାହିଁ ବୋଲି ଖଡ଼ଗେ କହିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.