ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅକ୍ଟୋବର ୨୬ରେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ ଖଡଗେ

20/10/2022 at 3:56 PM

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଜିତିଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅକ୍ଟୋବର ୨୬ ତାରିଖରେ ଦାୟିତ୍ୱ ସମ୍ଭାଳିବେ। ଆସନ୍ତା ବୁଧବାର ଦିଲ୍ଲୀରେ ଏଆଇସିସି ମୁଖ୍ୟାଳୟରେ ସେ ବିଧିବଧ ଭାବେ ଦାୟିତ୍ୱରେ ଯୋଗ ଦେବେ ଖଡ଼ଗେ। ତେବେ ଏପଟେ ଏପର୍ଯ୍ୟନ୍ତ କଂଗ୍ରେସ ୱାର୍କିଂ କମିଟି ଗଠନ ପାଇଁ ତାରିଖ ଘୋଷଣା କରାଯାଇ ନାହିଁ। ଖଡ଼ଗେ ଯୋଗ ଦେଲା ପରେ ଏ ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଶେଷରେ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା। ଥରୁରଙ୍କୁ ମାତ୍ର ୧୦୭୨ ଭୋଟ ମିଳିଥିବା ବେଳେ ଖଡଗେଙ୍କୁ ମିଳିଥିଲା ୭୯୮୭ ଭୋଟ୍। ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହୋଇଥିବା ବେଳେ ଦେଶରେ ୯ ହଜାର କଂଗ୍ରେସ ନେତା ଭୋଟ ଦେଇ ସେମାନଙ୍କର ନେତୃତ୍ୱ ବାଛିଥିଲେ।

କଂଗ୍ରେସ ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ କଂଗ୍ରେସ ପାଇଁ ଏହା ଐତିହାସିକ ଦିନ ଥିଲା। କାରଣ ପ୍ରଥମର ପାଇଁ ଗାନ୍ଧୀ ପରିବାରରୁ ନ ଆସି ଅନ୍ୟ କେହି ଦଳର ମୁଖ୍ୟ ହୋଇଥିଲେ। ଖଡ଼ଗେ ସିନା ଜିତିଗଲେ, ହେଲେ ବିରୋଧୀ ପୁଣିଥରେ ଗାନ୍ଧି ପରିବାର ପ୍ରତି ଦଳୀୟ ନେତାଙ୍କର ଆନୁଗତ୍ୟକୁ ପ୍ରଶ୍ନ ଉଠାଇଛନ୍ତି।

ଥରରୁ କଂଗ୍ରେସ ବିଦ୍ରୋହୀ ଦଳ ଜି-୨୩ କଂଗ୍ରେସ ନେତା ଟିମ୍‌ରେ ସାମିଲ୍ ଥିଲେ। ସେ ଜିତିଥିଲେ କଥା କିଛି ଅଲଗା ହୋଇଥାନ୍ତା। ହେଲେ ଖଡ଼ଗେ ଗାନ୍ଧୀ ପରିବାର ଅନଗୁତ। ତେଣୁ କ୍ଷମତା ତାଙ୍କ ହାତରେ ରହିଲେ ଆଗକୁ କିଛି ସମସ୍ୟା ହେବ ନାହିଁ ବୋଲି ପରୋକ୍ଷରେ ଗାନ୍ଧି ପରିବାର ଖଡ଼ଗେଙ୍କୁ ସମର୍ଥନ କରିଥିଲେ ବୋଲି ବିରୋଧୀ କହିଛି।   

   Related Posts