କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡ଼ଗେ, କହିଲେ- ଦଳକୁ ମଜଭୁତ କରିବାକୁ ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି

Published By : Prameya-News7 Bureau | October 26, 2022 IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଣଗାନ୍ଧୀ ପରିବାରରୁ ଆସିଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ । ଗତ ୨୪ ବର୍ଷ ପରେ ପ୍ରଥମ ଥରେ କେହି ଅଣଗାନ୍ଧୀ ପରିବାର ଲୋକ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଜିତିବା ପରେ ଆଜି ଦିଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଖଡ଼ଗେ । ଏନେଇ ଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଫିସର ସବୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷା ଦାୟିତ୍ୱ ସମ୍ଭାଳିଥିବା ସୋନିଆ ଗାନ୍ଧୀ ଖଡ଼ଗେଙ୍କୁ ଇଲେକ୍ସନ ସାର୍ଟିଫିକେଟ୍ ହସ୍ତାନ୍ତର କରିଛନ୍ତି।

ତେବେ ଆଜି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ନିର୍ଦ୍ଧାରିତ ସମୟରେ ଖଡଗେ ଏଆଇସିସି ମୁଖ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

wp:html /wp:html

୮୦ ବର୍ଷୀୟ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଦଳର ବରିଷ୍ଠ ଓ ଗାନ୍ଧୀ ପରିବାର ବିଶ୍ୱସ୍ଥ ନେତା। ଦଳରେ ରହି ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ରାଜନୀତିରେ ତାଙ୍କର ବିଚାରଶୀଳ ଚିନ୍ତାଧାରା ଓ ଶାନ୍ତଚିତ ଯୋଗୁ ସେ ଏପର୍ଯ୍ୟନ୍ତ କୌଣସି ବିବାଦରେ ଫସି ନାହାନ୍ତି। ତାଙ୍କ ଚେହେରା ସ୍ୱଚ୍ଛ ରହିଛି। ଖଡ଼ଗେ ଦଳିତ ଚେହେରା ଭାବରେ କଂଗ୍ରେସ ଅଧ୍ୟକ୍ଷ ହେବା ୨୦୨୩ କର୍ଣ୍ଣାଟକ ନିର୍ବାଚନରେ ଦଳ ପାଇଁ ଫାଇଦା ହେଇପାରେ। ଏବେ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଦଳର ପୁନର୍ଗଠନ ଓ ୨୦୨୪ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଖଡ଼ଗେଙ୍କର ମୁଖ୍ୟ ଲକ୍ଷ୍ୟ ରହିବ।    

ସୂଚନା ଥାଉକି ଦଳିତ ସମ୍ପ୍ରଦାୟରୁ ଆସିଥିବା ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ରେ ପାର୍ଟିର ଅନୁଷ୍ଠିତ ଐତିହାସିକ ନିର୍ବାଚନରେ ନିଜର ପ୍ରତିଦ୍ଵନ୍ଦ୍ଵୀ ୬୬ ବର୍ଷୀୟ ଶଶି ଥରୁରଙ୍କୁ ହରାଇଥିଲେ। ପାର୍ଟିର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ୨୪ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଅଣ ଗାନ୍ଧୀ ପରିବାରର ସଦସ୍ୟ କଂଗ୍ରେସର ଅଧ୍ୟକ୍ଷ ହୋଇ ପାରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ କର୍ମୀଙ୍କ ଧନ୍ୟବାଦ ଜଣାଇଛନ୍ତି ଖଡ଼ଗେ କହିଛନ୍ତି। ସେ କହିଛନ୍ତି “ଆଜି ଏକ ଶ୍ରମିକର ପୁଅ ଜଣେ କଂଗ୍ରେସ କର୍ମୀ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛି। ତେଣୁ ମୋର କାମ ଓ ମୋ ଅନୁଭବରୁ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଦଳର ଉତ୍ଥାନ ପାଇଁ ମୁଁ ମୋ ସର୍ବୋତ୍ତମ ଚେଷ୍ଟା କରିବି। ଏହା ହିଁ ମୋର ପ୍ରତିଶ୍ରୁତି।” ତେବେ ମୋତେ କଂଗ୍ରେସ ଅଧ୍ୟକ୍ଷା ଭାବେ ବାଛିଥିବାର ସମସ୍ତ କଂଗ୍ରେସ କର୍ମୀଙ୍କୁ ମୋର ଧନ୍ୟବାଦ ବୋଲି ଖଡ଼ଗେ କହିଛନ୍ତି। ସୋନିଆଙ୍କୁ ଧନ୍ୟବାଦ ଦେଇ ଖଡ଼ଗେ କହିଥିଲେ ଯେ ତାଙ୍କ ନେତୃତ୍ୱରେ ଦୁଇଥରେ ୟୁପିଏ ସରକାର ଗଠନ ହୋଇଥିଲା। ମନରେଗା, ଖାଦ୍ୟ ସୁରକ୍ଷା ଆଇନ ଓ ସୂଚନା ଅଧିକାର ଆଇନ ଭଳି ସର୍ବୋତ୍ତମ ଆଇନର ଉଦାହରଣ ଦେଇ ଦଳର ମହତ କାମକୁ ପ୍ରଶଂସା କରିଛନ୍ତି ଖଡଗେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.