ଏକା ଚାଲ ନୀତି ଆପଣାଇବ କଂଗ୍ରେସ ?  ଅଧ୍ୟକ୍ଷ ହେବା ପରେ ପ୍ରଥମ ଭାଷଣରେ ଖଡଗେ ଦେଲେ ବଡ଼ ସଂକେତ

Published By : Prameya-News7 Bureau | November 01, 2022 IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ସାର୍ବଜନୀନ ସମ୍ୱୋଧିନରେ ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ଏକ ବଡ଼ ସଂକେତ ଦେଇଛନ୍ତି । ଖଡଗେ କହିଛନ୍ତି, କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ । ପାର୍ଟିର ଶୀର୍ଷ ପଦରେ ନିର୍ବାଚିତ ହେବା ପରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ଖଡଗେ ପିଏମ ମୋଦୀଙ୍କୁ ଟାର୍ଗେଟ କରି ତାଙ୍କ ଉପରେ ପ୍ରତିଦିନ ମିଛ ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି । 

ଏକ ଜନସଭାକୁ ସମ୍ୱୋଧିତ କରି ଖଡଗେ କହିଛନ୍ତି, 'ଯଦି କୌଣସି ଅଣବିଜେପି ସରକାର ଆସିବ, ତେବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ, କଂଗ୍ରେସ ନେତୃତ୍ୱରେ ଆମେ କରିବୁ'। କଂଗ୍ରେସ ନେତା କହିଛନ୍ତି, 'ଭାରତ ଯୋଡୋ ଯାତ୍ରାରେ ବହୁ ସଂଖ୍ୟାରେ ଯୁବକଙ୍କ ସମର୍ଥନ ମିଳୁଛି କାରଣ ୨୦୧୪ ଲୋକସଭା ନିର୍ବାଚନ ସମୟରେ ପିଏମ ମୋଦୀ ଘୋଷଣା କରିଥିବା ୨ କୋଟି ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି'।

ଖଡଗେ କହିଛନ୍ତି, 'ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ହେବାରେ ବିଳମ୍ୱ ହୋଇଛି, କାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୋରବିରେ ଛିଣ୍ଡିଥିବା ପୋଲ ପରି ଅନ୍ୟ ପୋଲ ଗୁଡିକର ଉଦଘାଟନ କରିବାର ଅଛି '। ଏଆଇସିସି ସଭାପତି ଖଡଗେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । ରାଷ୍ଟ୍ରୀୟ ଭୂମିକାକୁ ନଜର ରଖି କେସିଆର ରାଜ୍ୟବାସୀଙ୍କ କଲ୍ୟାଣକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.