ନିଜ ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜ୍ଜୁନ ଖଡଗେ, ପ୍ରାର୍ଥୀ ପତ୍ର ଦାଖଲ ପରେ ନେଲେ ନିଷ୍ପତ୍ତି

Published By : Prameya-News7 Bureau | October 01, 2022 IST

ନୂଆଦିଲ୍ଲୀ ୧।୧୦: କଂଗ୍ରେସ ଅଧ୍ୟକ୍ଷପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ପରେ ମଲ୍ଲିକାର୍ଜ୍ଜୁନ ଖଡଗେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାଦେବା ପରେ କଂଗ୍ରେସର ଏକ ନେତା ଏକ ପଦ ନିୟମାନୁସାରେ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଖଡଗେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଉଦୟପୁରରେ ଅନୁଷ୍ଠିତ କଂଗ୍ରେସ ଚିନ୍ତନ ଶିବିରରେ ପାର୍ଟିର କୌଣସି ନେତା ଏକ ସମୟରେ ଦୁଇଟି ପଦବୀରେ ରହିପାରିବେନି ବୋଲି ନିଷ୍ପତ୍ତି ହୋଇଥିଲା। ଏଣୁ ଦ୍ୱିତୀୟ ପଦପାଇବା ପୂର୍ବରୁ ନେତାଙ୍କୁ ପ୍ରଥମ ପଦରୁ ଇସ୍ତଫା ଦେବାକୁ ପଡିବ। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ ଆଗାମୀ କଂଗ୍ରେସ ଅଧ୍ୟକ୍ଷ ହୋଇପାରନ୍ତି। ଏଥି ପାଇଁ ସେପ୍ଟେମ୍ବର ୩୦ ତାରିଖ ଦିନ ସେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

{"id":690659,"width":841,"height":529,"sizeSlug":"full","linkDestination":"none"}

କଂଗ୍ରେସ ସଭାପତି ନିର୍ବାଚନ ଲାଗି ଅକ୍ଟୋବର ୧୭ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ ଓ ୧୯ ତାରିଖ ଦିନ ଭୋଟ ଗଣତି ହେବ। କଂଗ୍ରେସ ନେତା ଶଶି ଥରୁରଙ୍କ ସହ ଖଡଗେଙ୍କ ପ୍ରତିଦ୍ୱନ୍ଦ୍ୱୀତା ହେବ। ତେବେ ଖଡଗେଙ୍କୁ ଗାନ୍ଧି ପରିବାର ପ୍ରାର୍ଥୀ କରିଥିବାରୁ ତାଙ୍କର ଶତପ୍ରତିଶତ ବିଜୟ ସମ୍ଭାବନା ଥିବା କୁହାଯାଇଛି। ଖଡଗେ କଂଗ୍ରେର ଶୀର୍ଷ ନେତାଙ୍କ ସହ ୧୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିରେ ଅଶୋକ ଗେହଲଟ, ଦିଗବିଜୟ ସିଂହ, ଏ.କେ.ଆଣ୍ଟୋନୀ, ଅମ୍ବିକା ସୋନି ଓ ମୁକୁଲ ୱାସନିକ ପ୍ରମୁଖ ତାଙ୍କର ପ୍ରସ୍ତାବକ ରହିଛନ୍ତି।

ସେହିପରି ଶଶି ଥରୁର ୫ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ତ୍ରିପାଠୀ ଗୋଟିଏ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ କଂଗ୍ରେସ ଜି-୨୩ର ଅନେକ ନେତା ଖଡଗେଙ୍କୁ ସମର୍ଥନ କରୁଛନ୍ତି। ଏହା ଛଡା ଅନେକ ସାଂସଦ ମଧ୍ୟ ଖଡଗେଙ୍କ ପ୍ରାର୍ଥୀପତ୍ରରେ ସ୍ୱାକ୍ଷର କରିଛନ୍ତି। ସେହିପରି ଥରୁରଙ୍କ ପ୍ରାର୍ଥୀପତ୍ରରେ କାର୍ତ୍ତି ଚିଦାମ୍ବରମ, ମହମ୍ମଦ ଜାଭେଦ, ପ୍ରଦ୍ୟୁତ ବର୍ଦ୍ଦୋଲାଇଙ୍କ ଭଳି ନେତାମାନେ ସ୍ୱାକ୍ଷର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.