କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ Z+ ସୁରକ୍ଷା, ଗୃହ ମନ୍ତ୍ରଣାଳୟ ଦେଲା ସିକ୍ୟୁରିଟି

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବଢିଲା ସୁରକ୍ଷା। ତାଙ୍କୁ ଗୃହ ମନ୍ତ୍ରଣାଳୟର ସାମରିକ ବାହିନୀ ଦ୍ୱାରା Z+ ସୁରକ୍ଷା ଯୋଗାଇ ଦିଆଯାଇଛି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ CRPFର ଏହି Z Plus ବର୍ଗର ସୁରକ୍ଷା କଂଗ୍ରେସ ସଭାପତିଙ୍କୁ ପ୍ରଦାନ  କରାଯିବ। CRPFର ମୋଟ ୫୮ କମାଣ୍ଡୋ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇବ। କଂଗ୍ରେସ ସଭାପତିଙ୍କୁ ସାରା ଦେଶରେ Z ପ୍ଲସ୍ ବର୍ଗର ସୁରକ୍ଷା ପ୍ରଦାନ କରାଯିବ।

Z Plus ସୁରକ୍ଷା ସାଧାରଣତଃ ୫୫ ଯବାନଙ୍କୁ ନେଇ ଗଠିତ, ଯେଉଁଥିରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ଏବଂ ପୋଲିସ କର୍ମଚାରୀ ଅନ୍ତର୍ଭୁକ୍ତ। ସମସ୍ତେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। ଦଳର ପ୍ରତ୍ୟେକ ସଦସ୍ୟ ମାର୍ଶଲ ଆର୍ଟ ଏବଂ ଅସ୍ତ୍ରଶସ୍ତ୍ର ଯୁଦ୍ଧ ଦକ୍ଷତା ଉପରେ ପାରଦର୍ଶୀ ଅଟନ୍ତି। ଦେଶର ପ୍ରାୟ ୪୦ ଭିଆଇପିଙ୍କୁ Z Plus ସୁରକ୍ଷା ଦିଆଯାଇଛି।

wp:html /wp:html

ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ସଭାପତିଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ବିଭିନ୍ନ ରାଲି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଖଡ୍‌ଗେଙ୍କୁ କୌଣସି ସୁଯୋଗ ହାତଛଡ଼ା କରୁନାହାଁନ୍ତି।

ଖଡ୍‌ଗେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ମୋଦୀ ସରକାର କଂଗ୍ରେସକୁ ମିଲିଥିବା ଚାନ୍ଦାରୁ ୬୫ କୋଟି ଟ୍ରାନ୍ସଫର କରିବା ପାଇଁ ଜାତୀୟକରଣ ହୋଇଥିବା ବ୍ୟାଙ୍କଗୁଡ଼ିକୁ ଠକିଛନ୍ତି ଏବଂ ଆୟକର ମାଧ୍ୟମରେ ଏହାକୁ ଜବତ କରିଛନ୍ତି। ବିଜେପି କେବେ ଆୟକର ଦେଇଛି କି ବୋଲି ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.