oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆହୁରି କୋହଳ ହେଲା କଟକଣା, ରାତି ୧୦ ଯାଏଁ ହୋଟେଲ-ରେଷ୍ଟୁରାଣ୍ଟ-ମଲ୍‌ ଖୋଲା

11/08/2021 at 11:20 PM

ମୁମ୍ବାଇ ୧୧/୦୮: ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସରକାର ଏବେ କଟକଣା​‌ରେ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ରାଜ୍ୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ରାତି ୧୦ ଯାଏଁ ଖୋଲିପାରିବ ବୋଲି ବୁଧବାର ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଏବେ କେବଳ ଅପରାହ୍ଣ ୪ଟା ଯାଏ ଖୋଲିବାକୁ ଅନୁମତି ଥିଲା।

ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ଏବେ ଶପିଂ ମଲ୍‌ ମଧ୍ୟ ରାତି ୧୦ ଯାଏଁ ଖୋଲା ରହିବ। କିନ୍ତୁ ମଲ୍‌ ଯିବାକୁ ହେଲେ ଟିକାର ଦୁଇ ପାନ ନେଇଥିବା ଜରୁରୀ। ମଲରେ ପ୍ରବେଶ ପୂର୍ବରୁ ଲୋକମାନଙ୍କୁ ନିଜର ଟିକାକରଣ ପ୍ରମାଣପତ୍ର ଦେଖାଇବା ଅନିବାର୍ଯ୍ୟ।

ତୃତୀୟ ଲହରରେ ଲକ୍‌ଡାଉନ କେବେ ଲାଗିବ ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଯେବେ ରାଜ୍ୟରେ ଅକ୍ସିଜେନ୍‌ ଚାହିଦା ବଢ଼ି ୭୦୦ ଟନ୍‌ରେ ପହଞ୍ଚିବ ସେତେବେଳେ ସମ୍ପୂର୍ଣ୍ଣ ଲକଡାଉନ୍‌ ଲଗାଇଦିଆଯିବ। ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ିବ ବୋଲି ସେ କହିଛନ୍ତି। ଏବେ ଯାଏ ସ୍ପଷ୍ଟ ହୋଇନାହିଁ କେନ୍ଦ୍ରକୁ ଯାହା ମାଗିଛୁ ତାହା ପୂରଣ ହେବ କି ନାହିଁ ବୋଲି ରାଜେଶ ଟୋପେ କହିଛନ୍ତି।

   Related Posts