ପୋଲିସ ସୁରକ୍ଷା ବାହିନୀରେ ଯୋଗଦେବେ କିନ୍ନର ଏବଂ ଆତ୍ମ ସମର୍ପଣ କରିଥିବା ନକ୍ସଲ, ମାଲକାନଗିରିରେ ଆରମ୍ଭ ହେଲା ପ୍ରଶିକ୍ଷଣ

Published By : Prameya-News7 Bureau | June 06, 2019 IST

ମାଲକାନଗିରି(ରଞ୍ଜିତ ସାହା)୬|୬;  ଲାଲ ବାହିନୀ  ଛାଡ଼ି ପୋଲିସ ସୁରକ୍ଷା ବାହିନୀରେ ଯୋଗ ଦେବେ ଆତ୍ମସମର୍ପଣ କରିଥିବା ନକସଲ୍ ।କେବଳ ନକସଲ୍ ନୁହଁନ୍ତି କିନ୍ନରମାନେ ମଧ୍ୟ ସାମିଲ ହୋଇଛନ୍ତି ଏହି ମିଶନରେ । ୧୫ ଜଣ କିନର ଓ ୧୦ ଜଣ ଆତ୍ମ ସମର୍ପଣ କରିଥିବା ନକ୍ସଲଙ୍କୁ  ଦିଆଯାଉଛି ସ୍ବତନ୍ତ୍ର ପୋଲିସ ଟ୍ରେନିଂ । ଏଭଳି  ଏକ ନୂତନ ପ୍ରୟାସ କରିଛି ମାଲକାନଗିରି ପୋଲିସ ।

{"id":120379}

ଓଠରେ ଲିପ୍ ଷ୍ଟିକ୍, ହାତରେ ଚୁଡ଼ି ଓ ପାଦରେ ଅଳତା ଲଗାଇ ମହିଳାଙ୍କ ପରି ଶାଢ଼ୀ ପିନ୍ଧି ନିଜକୁ ସଜେଇ ହେଉଥିବା କିନ୍ନର ସାଜିବ ଦେଶରକ୍ଷକ । ଏବେ ତାକୁ ୨ପଇସା ପାଇଁ କାହା ଆଗରେ ଆଉ ହାତ ପତେଇବାକୁ ପଡ଼ିବ ନାହିଁ ଏବଂ ସମାଜରେ ପାଇବ ଏକ ସ୍ବତନ୍ତ୍ର ପରିଚୟ । ଜିଲ୍ଲାର ୧୫ ଜଣ କିନରଙ୍କୁ ସୁରକ୍ଷା ବାହିନୀରେ ତାଲିମ ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି କିନ୍ନର ଗୋଷ୍ଠୀ ।

{"id":120380,"align":"center"}

ସେହିପରି କିଛି ଦିନ ପୂର୍ବରୁ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ୧୦ ଜଣିଆ ନକ୍ସଲ ଟିମ୍ କୁ ମଧ୍ୟ ସୁରକ୍ଷା ବାହିନୀରେ ସାମିଲ କରାଯାଇଛି । ଯେଉଁ ମାନେ ଦିନେ ଲାଲ୍ ବାହିନୀର କଥାରେ ବନ୍ଧୁକ ଧରି ନିରିହ ଆଦିବାସିମାନଙ୍କୁ ଭୟ ଦେଖାଉଥିଲେ ସେମେନେ ଏବେ ଦେଶର ସୁରକ୍ଷା ପାଇଁ କାମ କରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବାରୁ ଜିଲ୍ଲା ପ୍ରାଶାସନ ଓ ଏସ.ପିଙ୍କୁ ଧନ୍ୟବାଦ ଦେଇଛନ୍ତି ଆତ୍ମ ସମର୍ପିତ ନକ୍ସଲ ଓ କିନ୍ନର ଗୋଷ୍ଠୀ ।

{"id":120382}

ମାଲକାନଗିରି ଜିଲ୍ଲାର୨୫ ଜଣ ଭିନ୍ନ ବ୍ୟକ୍ତି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ । ଜିଲ୍ଲା ପ୍ରଶାସନର ଏହି ଉଦ୍ୟମ ଯଦି ବାସ୍ତବରେ ପରିଣତ ହୁଏ ତାହା ହେଲେ ସମାଜରେ କଳଙ୍କ ନେଇ ବଞ୍ଚୁଥିବା ଅନେକ ଲୋକଙ୍କୁ ଏହା ବଞ୍ଚିବାର ନୁତନ ରାସ୍ତା ଦେଖାଇବ ।

{"id":120383,"align":"center","width":579,"height":437}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.