ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର, ଏକାଠି ବସି ପିଇଥିଲେ ମଦ

Published By : Prameya-News7 Bureau | April 01, 2023 IST

ମାଲକାନଗିରି ୦୧।୦୪ : ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା । ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ମୋଟୁ ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ଖବର ଅନୁଯାୟୀ, ମୋଟୁ ଥାନା କମଳାପୁରମ୍‌ ଗାଁରେ ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ମିଶି ମଦ୍ୟପାନ କରିଥିଲେ । ପରେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ସ୍ୱାମୀ ଖୁରସାମ ଗଙ୍ଗା ରାଗି ଯାଇ ସ୍ତ୍ରୀ ଖୁସାମ୍‌ କାନିଙ୍କୁ ତୀର ମାଡ କରିଥିଲେ । ତୀରଟି ମହିଳାଙ୍କ ପେଟରେ ପଶି ଯାଇଥିଲା । ଯାହାପରେ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସେପଟେ ତୀର ମାଡ଼ ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତ ସ୍ୱାମୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ । ମୋଟୁ ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.