ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମାଲକାନଗିରି ଜିଲ୍ଲାରେ ପୋଲିସ୍‌ର ଦାଦାଗିରି, ରାତିରେ ଘରେ ପଶି ଆଦିବାସୀ ମହିଳାଙ୍କୁ ମାରିଲେ ମାଡ଼

13/06/2022 at 7:25 PM

ମାଲକାନଗିରି, ୧୩/୦୬: ମାଲକାନଗିରି ଜିଲ୍ଲାରେ ପୁଣିଥରେ ଦେଖିବାକୁ ମିଳିଛି ପୋଲିସର ଦାଦାଗିରି । ରାତି ଅଧରେ ଗଞ୍ଜେଇ ଚାଲାଣ ଧରିବାକୁ ଯାଇ ନିରାଶ ହେବା ପରେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏମିତିକି ମହିଳା ମାନେ ଘରେ ଏକାକି ଶୋଇଥିବା ବେଳେ କୌଣସି ମହିଳା ପୋଲିସ କର୍ମଚାରୀଙ୍କୁ ସାଥିରେ ନନେଇ ପୁରୁଷ ପୋଲିସ ଅଧିକାରୀ ମାନେ ଆଦିବାସୀ ମହିଳା ମାନଙ୍କ ଘର ଭିତରେ ପଶି ସେମାନଙ୍କୁ ନିର୍ମମ ଭାବେ ପିଟିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆର.ଏସ.ସି ୧୩ ଗାଁରୁ ପୋଲିସ ବିରୁଦ୍ଧରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଚିତ୍ରକୋଣ୍ଡା ଏସ.ଡି.ପି.ଓ ଅଂଶୁମାନ ଦ୍ବିବେଦି କିଛି ପୋଲିସ କର୍ମଚାରୀମାନଙ୍କୁ ନେଇ ରାତି ପ୍ରାୟ ଗୋଟାଏ ବେଳେ ଆର.ଏସ.ସି ୧୩ ଗାଁକୁ ଗଞ୍ଜେଇ ଚାଲାଣ ଧରିବା ପାଇଁ ଯାଇଥିଲେ । ହେଲେ ଗାଁରେ କୌଣସି ଗଞ୍ଜେଇ ମିଳିନଥିବା ବେଳେ ଏସ.ଡି.ପି.ଓଙ୍କ ନିର୍ଦ୍ଦେଶକ୍ରମେ ଗାଁର କିଛି ଯୁବକଙ୍କୁ ପୋଲିସ ଉଠାଇ ଆଣିଛି ।

ଏହା ସହ ଘରେ ଥିବା ମୋଟର ସାଇକେଲ ଓ ଆସବାବପତ୍ରକୁ ପୋଲିସ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ଘଟଣାରେ ପ୍ରାୟ ୨୦ ଜଣ ମହିଳା ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସେମାନେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ ହୋଇଛନ୍ତି । ଘଟଣାର ତଦନ୍ତ କରିବା ଲାଗି ଆଜି ଆର.ଏସ.ସି ୧୩ ଗାଁକୁ ଯାଇଥିଲା ଜିଲ୍ଲା କଂଗ୍ରେସର ଏକ ଟିମ । ସେଠାରେ ପୋଲିସ ମାଡରେ ଆହତ ହୋଇଥିବା ଆଦିବାସୀ ମହିଳା ମାନଙ୍କ ଫଟୋ ଉଠାଇ ଏହାକୁ ପୋଷ୍ଟର କରି ଏସ.ପି.ଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ନ୍ୟାୟ ମାଗିବା ଲାଗି । ଦୋଷୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାର୍ୟାନୁଷ୍ଠାନ ନହେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଛି ।

   Related Posts