କଲରା ପତରିଆ ବାଘ ଛାଲ ଜବତ, ୩ ଗିରଫ

Published By : Prameya-News7 Bureau | January 19, 2023 IST

ମାଲକାନଗିରି ୧୯।୦୧ : ମାଲକାନଗିରି ଜିଲ୍ଲାରେ ବାଘ ଛାଲ ଜବତ । ମୋଟୁ ବନାଞ୍ଚଳ ଅନ୍ତର୍ଗତ ପୋଟେରୁତ କେନାଲ ରାସ୍ତାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ ।

ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଙ୍ଗିପାଲି ଗାଁର ମୁକେଶ ମାଡକାମି, ପେଣ୍ଟା ମାଡକାମି  ଓ ଦୁଲା ମାଡକାମି ଗୋଟିଏ ମୋଟର ସାଇକେଲରେ ଏହି ବାଘ ଛାଲକୁ ନେଇ ଆନ୍ଧ୍ର ପ୍ରଦେଶ ବିକ୍ରି କରିବାକୁ ଯାଉଥିଲେ । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଏହାକୁ ଜବତ କରିଛି । ଗିରଫ ତିନି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ମାଲକାନଗିରି ଡିଏଫଓ କହିଛନ୍ତି ।

ତେବେ ଜବତ ହୋଇଥିବା  ବାଘ ଛାଲଟିର ଲମ୍ବ ୧.୧୩ ମିଟର ହୋଇଥିବା ଜଣାପଡିଛି । ଏତେ ଲମ୍ବର ବାଘ ଛାଲ, ଏମାନେ ଆଣିଲେ କେଉଁଠି । ତାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.