ମୃତ କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା, ୨ ବନ କର୍ମଚାରୀ ନିଲମ୍ବିତ
11/03/2023 at 9:12 AM

ମାଲକାନଗିରି ୧୧।୦୩ : ମୃତ ଆଦିବାସୀ କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା । ଦୁଇ ବନ କର୍ମଚାରୀ ଚାକିରିରୁ ନିଲମ୍ବିତ । ମାଲକାନଗିରି ଜିଲ୍ଲାକୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା ।
ତେବେ ନିଲମ୍ବିତ ଦୁଇ ବନ କର୍ମଚାରୀ ହେଲେ କୁଡୁମୁଲୁଗୁମ୍ମା କେନ୍ଦୁ ପତ୍ର ଫରେଷ୍ଟର ପଦ୍ମିନି ପଟ୍ଟନାୟକ ଓ ବାଲିମେଳା କେନ୍ଦୁ ପତ୍ର ରେଞ୍ଜର ଦୁର୍ଗା ପ୍ରସାଦ ନାୟକ । ଫରେଷ୍ଟର ଓ ରେଞ୍ଜରଙ୍କୁ ନିଲମ୍ବିତ କଲେ ଜୟପୁର ବନଖଣ୍ଡ ଅଧିକାରୀ । କୁଡୁମୁଲୁଗୁମ୍ମା ପଞ୍ଚାୟତରେ ଗତ ବର୍ଷ ୮ ଜଣ ଆଦିବାସୀ କେନ୍ଦୁ ପତ୍ର ତୋଳାଳି ମୃତ୍ୟୁ ବରଣ କରିଥିଲେ ।
ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ଦେବା ଲାଗି ପ୍ରତି ପରିବାର ଠାରୁ ୪୦ ହଜାର ଟଙ୍କାର ଲାଞ୍ଚ ନେଇଥିଲେ କେନ୍ଦୁ ପତ୍ର ଫରେଷ୍ଟର ଓ ରେଞ୍ଜର । ଯାହା ନେଇ ଅଭିଯୋଗ ଆସିଥିଲା । ତେବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜୟପୁର ବନଖଣ୍ଡ ଅଧିକାରୀ ।