ଗୁଣି ଗାରେଡି ସନ୍ଦେହ, ବୃଦ୍ଧାଙ୍କ ହାତରେ ଗରମ ପାଣି ଢାଳିବା ସହ ମଳ ଖୁଆଇଲେ ଗ୍ରାମବାସୀ !

Published By : Prameya-News7 Bureau | December 25, 2022 IST

ମାଲକାନଗିରି ୨୫।୧୨ : ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କ ହାତ ଉପରେ ଗରମ ପାଣି ଢାଳିବା ସହ ଜୋର ଜବରଦସ୍ତ ମଳ ଖୁଆଇଲେ ଗ୍ରାମବାସୀ । ଏମିତି କିଛି ସାଂଘାତିକ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ବିଏଲପୁର ପଞ୍ଚାୟତରେ ।

ଖବର ଅନୁଯାୟୀ, ମେଟାଗୁଡା ଗାଁର ମାନ୍ଦାଇ ସୁଗ୍ରୀ ଗାଁରେ ଗୁଣି ଗାରେଡି କରି ଲୋକଙ୍କ ଜୀବନ ନେଉଥିବା ଅଭିଯୋଗରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ୧୦ରୁ ଅଧିକ ଲୋକ ମାନ୍ଦାଇଙ୍କ ଘରକୁ ଆସି ପ୍ରଥମେ ଆକ୍ରମଣ କରିଥିଲେ । ଏମିତିକି ଉତ୍ୟକ୍ତ ଗ୍ରାମବାସୀ ମାନ୍ଦାଇଙ୍କ ଉପରେ ଗରମ ପାଣି ଢାଳିବା ସହ ତାଙ୍କୁ ମଳ ଖୁଆଇଥିଲେ । ଏଥିସହିତ ତାଙ୍କ ଘର ଉପରେ ଗୋବର ପାଣି ଢାଳିଥିବା ନେଇ ମାନ୍ଦାଇ ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ମାନ୍ଦାଇଙ୍କ ଉପରେ ଆକ୍ରମଣର ଖବର ପାଇ ଘରକୁ ଆସି ସ୍ତ୍ରୀ ମାନ୍ଦାଇଙ୍କୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମାନ୍ଦାଇଙ୍କ ଅଭିଯୋଗ ପରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ମେଟାଗୁଡା ଗ୍ରାମକୁ ଯାଇ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେବା ଦେଖି ଏବେ ମାଟାଗୁଡା ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ବୃଦ୍ଧ ମହିଳାଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.