ସୀମାନ୍ତ ତେମେନାଡ ଜଙ୍ଗଲରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ

Published By : Prameya-News7 Bureau | December 20, 2022 IST

ମାଲକାନଗିରି ୨୦।୧୨ :  ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନ୍‌କାଉଣ୍ଟର । ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ମଧ୍ୟ ହୋଇଛି ।

ଖବର ଅନୁଯାୟୀ, ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲା ମିରତୁର ଥାନା ତେମେନାଡ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଜଙ୍ଗଲରେ ଚଢାଉ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମଧ୍ୟ ମିଳିଛି ।

ଅନ୍ୟପଟେ ଏହି ଏନ୍‌କାଉଣ୍ଟରରେ ଅନେକ ମାଓବାଦୀ ଆହତ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି ଅଞ୍ଜନେ ବାର୍ଣୋଇ । ଏବେବି ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଆଉ କିଛି ନକ୍ସଲ ଲୁଚି ରହିଥିବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.