suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୁଇ ଶିଶୁଙ୍କୁ ବିଷ ଦେଇ ସୀତା ମାଡକାମୀଙ୍କ ଆତ୍ମହତ୍ୟା ଘଟଣା : ଚିକିତ୍ସାଧୀନ ଦୁଇ ଶିଶୁଙ୍କୁ ଭେଟିଛନ୍ତି ବିଧାୟକ ଆଦିତ୍ୟ ମାଢି

6/07/2019 at 10:07 AM

ମାଲକାନଗିରି ୬|୭: ମାଲକାନଗିରିରେ ୨ ଶିଶୁଙ୍କୁ ବିଷ ଦେଇ ସୀତା ମାଡକାମୀଙ୍କ ଆତ୍ମହତ୍ୟା ଘଟଣାରେ ସଦର ମେଡିକାଲରେ ଚିକିତ୍ସାଧୀନ ୨ ଶିଶୁଙ୍କୁ ଭେଟିଛନ୍ତି ବିଧାୟକ ଆଦିତ୍ୟ ମାଢି । ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଭବିଷ୍ୟତ ପାଇଁ ସରକାର ଦାୟିତ୍ବ ନେବା ଆବଶ୍ୟକ ବୋଲି ସେ କହିଛନ୍ତି । ଗତ ୩୦ରେ ଗୌଡଗୁଡା ପଞ୍ଚାୟତ ଗେରେଇଗୁଡା ଗାଁର ସୀତା ମାଡକାମୀ ୨ ପିଲାଙ୍କୁ ବିଷଦେଇ ନିଜେ ଆତ୍ମହତ୍ୟା କରିବା ଘଟଣା ପୁରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠିଥିଲା । ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁନଥିବା ବାଚସ୍ପତିଙ୍କୁ କହିଥିଲେ ବିଧାୟକ ଆଦିତ୍ୟ ମାଢି । ବାଚସ୍ପତିଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବିଡିଓ ଗାଁକୁ ଯାଇ ଘଟଣାର ତଦନ୍ତ କରିଥିବାବେଳେ ଜିଲ୍ଲାପାଳ ମେଡିକାଲ ଯାଇ ୨ ଶିଶୁଙ୍କୁ ଦେଖାକରିଥିଲେ ।

   Related Posts