ମାତିଲେ ମାଓବାଦୀ, ରାସ୍ତାକାମରେ ଲାଗିଥିବା ୧୦ ଗାଡିକୁ ପୋଡିଦେଲେ
20/03/2023 at 2:14 PM

ମାଲକାନଗିରି ୨୦।୦୩ : ପୁଣି ମାତିଲେ ମାଓବାଦୀ । ଠିକା କମ୍ପାନୀର ୧୦ ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, କାଙ୍କେର ଜିଲ୍ଲାର ଆଲପରସ ଗ୍ରାମରେ ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହାକୁ ବିରୋଧ କରି ଠିକା କମ୍ପାନୀର ୧୦ ଟି ଗାଡିକୁ ନିଆଁ ଲଗାଇ ପୋଡି ଦେବା ସହ ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ହିଂସା କାଣ୍ଡ ପରେ ସୁରକ୍ଷା କର୍ମୀଙ୍କୁ ଘଟଣାସ୍ଥଳକୁ ପଠା ଯାଇଥିବା ନେଇ ସୂଚନା ଦେଇଛନ୍ତି କାଙ୍କେର ଏସପି ସୌଲଭ ସିହ୍ନା ।