oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ବିଜାପୁର ଜଙ୍ଗଲରେ ଏନ୍‌କାଉଣ୍ଟର, ୨ ମାଓବାଦୀ ନିହତ

18/01/2022 at 11:48 AM

ମାଲକାନଗିରି ୧୮।୦୧: ପୋଲିସ-ମାଓବାଦୀ ଗୁଳିବିନିମୟ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏସ.ଏଲ.ଆର ବନ୍ଧୁକ ସାଙ୍ଗକୁ ଏଲ.ଏମ.ଜି ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ ହୋଇଛି।

ଖବର ଅନୁଯାୟୀ, ବିଜାପୁର ଜିଲ୍ଲାର କରି ଜଙ୍ଗଲରେ ମାଓ କ୍ୟାମ୍ପ  ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଡିଆରଜି ଓ ତେଲେଙ୍ଗାନାର ଗ୍ରେହାଉଣ୍ଡ ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ଯବାନଙ୍କ ଆସିବା ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିଥିଲେ। ଯାହାର ଦୃଢ ଜବାବ ଦେଇଥିଲେ  ଯବାନମାନେ , ସେମାନଙ୍କ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା  । ଏଥିରେ ଆତୁର ନାଗରାମ ମହାଦେବପୁର ଏରିଆ କମିଟିର ଡି.ଭି.ସି.ଏମ ପଦରେ ଥିବା ମାଓ ନେତା ସୁନାଧର ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ମାଓ ନେତାଙ୍କୁ ଚିହ୍ନଟ ହୋଇପାରିନାହିଁ । ଘଟଣାସ୍ଥଳରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ଜଣାପଡ଼ିଛି ।

   Related Posts