AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା ଏସଡିପିଓଙ୍କ ବଦଳି ଦାବି କଲା ମାଲକାନଗିରି ଜିଲ୍ଲା କଂଗ୍ରେସ

18/08/2022 at 7:14 PM

ମାଲକାନଗିରି ୧୮।୮: ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା ଏସଡିପିଓଙ୍କ ବଦଳି ଦାବି କଲା ମାଲକାନଗିରି ଜିଲ୍ଲା କଂଗ୍ରେସ । ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସସି-୧୩ ଗ୍ରାମରେ ଗତ ଜୁନ୍ ମାସ  ୭ ତାରିଖ ଦିନ ଏସଡିପିଓ ଅଂଶୁମାନ ଦ୍ବିବେଦୀ ରାତି ଅଧରେ ଘରେ ପଶି ୪ଜଣ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ବିରୋଧ କରିଆସୁଛି । ଏହାସହ ଏହି ଘଟଣାକୁ ନେଇ ଅଂଶୁମାନ ଦ୍ବିବେଦୀଙ୍କ ନାମରେ ମାଲକାନଗିରି କୋର୍ଟରେ ୩ଟି ମାମଲା ରୁଜୁ ହେବା ପରେ ଚିତ୍ରକୋଣ୍ଡା ଥାନା ପୋଲିସକୁ ଏତଲା ରୁଜୁ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ରାଜ୍ୟ ସରକାର ଘଟଣାର ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ଆଜି ପର୍ଯ୍ୟନ୍ତ ଅଂଶୁମାନ ଦ୍ବିବେଦୀ  ଚିତ୍ରକୋଣ୍ଡା ଏସଡିପିଓ ଭାବେ ରହି ତାଙ୍କ କାର୍ଯ୍ୟକୁ ସେମିତି ହିଁ ସମ୍ପାଦନ କରୁଛନ୍ତି । ଯଦି ଏସଡିପିଓ ସେଠାରେ ରହିବେ ତାହାଲେ ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି  । ତେଣୁ ଆସନ୍ତା ୧୫ ଦିନ ମଧ୍ୟରେ ଏସଡିପିଓଙ୍କ ବଦଳି କରାନଗଲେ ଆସନ୍ତା ୨ ତାରିଖଠାରୁ ଏସପି ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ।

   Related Posts