ସରକାରୀ କର୍ମଚାରୀଙ୍କୁ ପ୍ରେରଣା ଯୋଗାଇବ ସିନେମା 'ଦମନ', ହଲ୍‌ରେ ବସି ଫିଲ୍ମ ଦେଖି ଏମିତି କହିଲେ ଜିଲ୍ଲାପାଳ

Published By : Prameya-News7 Bureau | December 02, 2022 IST

ମାଲକାନଗିରି ୦୨/୧୨: ହଲରେ ବସି ସିନେମା ଦେଖିଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । କେବଳ ଜିଲ୍ଲାପାଳ ନୁହନ୍ତି ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ଆରମ୍ଭ କରି ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଏକାଠି ବସି ବହୁ ଚର୍ଚ୍ଚିତ ଓଡିଆ ଫିଲ୍ମ ଦମନ ଦେଖିଛନ୍ତି ।

ଦମନ ସିନେମାଟି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଉପରେ ଆଧାରିତ ହୋଇଥିବାରୁ ଏହାକୁ ଦେଖିବାକୁ ଲାଗି ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ପର୍ଯ୍ୟାୟ କ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଏହି ଫିଲ୍ମ ଦେଖିଥିବା ବେଳେ ରାତିରେ ଜିଲ୍ଲାପାଳ ଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଦମନ ସିନେମା ଦେଖିଥିଲେ । ସିନେମାଟି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରିବା ଲାଗି ସରକାରୀ କର୍ମଚାରୀ ଙ୍କୁ ପ୍ରେରଣା ଯୋଗାଇବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.