ସରକାରୀ ମେଡିକାଲ ଉପରେ ମାଲକାନଗିରି ଜିଲ୍ଲାପାଳଙ୍କ ଭରସା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମହେଲା ଜିଲ୍ଲାପାଳଙ୍କ ଶିଶୁପୁତ୍ର

Published By : Prameya-News7 Bureau | July 13, 2019 IST

ମାଲକାନଗିରି ୧୩|୭: ଟିକଟକ୍ ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି । ଏଥର କିନ୍ତୁ ଚର୍ଚ୍ଚା ଏକ ଭଲ କାମକୁ ନେଇ ହୋଇଛି । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ତାଙ୍କ ସ୍ତ୍ରୀଙ୍କ ପ୍ରସବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଇଛନ୍ତି ।

ଗତ ୪ତାରିଖ ଅର୍ଥାତ୍ ରଥଯାତ୍ରା ଦିନ ନିଜ ସ୍ତ୍ରୀଙ୍କୁ ଡେଲିଭରି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ଜିଲ୍ଲାପାଳ । ସେଠାରେ ଅସ୍ତ୍ରୋପଚାର କରାଯାଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମନୀଷ ଅଗ୍ରଓ୍ବାଲଙ୍କ ସ୍ତ୍ରୀ । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ସରକାରୀ ଡକ୍ତରଖାନାରେ ନିଜ ସନ୍ତାନର ପ୍ରସବ କରାଇ ସରକାରୀ ମେଡିକାଲ ଉପରେ ଆସ୍ଥା ପ୍ରକଟ ପାଇଁ ଜିଲ୍ଲାବାସୀଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ଏବଂ ତାଙ୍କ ପତ୍ନୀ ସୋନମ ଅଗ୍ରଓ୍ବାଲ । ଗର୍ଭାବସ୍ଥା ଆରମ୍ଭଠାରୁ ପ୍ରସବ ପର୍ଯ୍ୟନ୍ତ ପୁରା ପ୍ରକ୍ରିୟା ସରକାରୀ ମେଡିକାଲରେ କରାଇଥିଲେ ଅଗ୍ରଓ୍ବାଲ ଦମ୍ପତ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.