ଛାତ୍ରୀ ନିବାସରେ ପଶୁଛନ୍ତି ପୁରୁଷ ଶିକ୍ଷକ ! ତାତିଲେ ଛାତ୍ର-ଛାତ୍ରୀ, ଗେଟ୍‌ରେ ପକାଇଲେ ତାଲା, ଟାୟାର ଜାଳି କଲେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | February 06, 2021 IST

ହିଞ୍ଜିଳିକାଟୁ ୦୬।୦୧: ହିଞ୍ଜିଳିକାଟୁ ସରକାରୀ ଆଇଟିଆଇରେ ତାଲା ପକାଇଲେ ଛାତ୍ର ଛାତ୍ରୀ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସରକାରୀ ଆଇଟିଆଇରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଓ ଟଙ୍କା ମାଗୁଥିବା ଅଭିଯୋଗରେ ତାଲା ପକାଇବା ସହ ଗେଟ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସରକାରୀ ଆଇଟିଆଇ ଛାତ୍ରଛାତ୍ରୀ ।କଲେଜର ଇଲେକ୍ଟ୍ରିକାଲ ବିଭାଗର ଶିକ୍ଷକ ଚନ୍ଦ୍ରକାନ୍ତ ଚାନ୍ଦୁଆଙ୍କ ନାମରେ  ଏହି ଅଭିଯୋଗ ଆଣିଛନ୍ତି ଛାତ୍ର ଛାତ୍ରୀ।

{"id":404714,"sizeSlug":"large","linkDestination":"none"}

ଅଭିଯୋଗ ଖୁବ ସଙ୍ଗୀନ ଥିବା କୁହାଯାଉଛି। ଗୋଟିଏ ଛାତ୍ରୀ ନିବାସରେ କିଭଳି ପୁରୁଷ ଶିକ୍ଷକ ଯିବାକୁ ସାହସ କରୁଛନ୍ତି। ତାଙ୍କୁ ଏ ଅଧିକାର ଦେଲା କିଏ ? କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଏହାର ଖବର ନାହିଁ କିପରି? ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ର ଛାତ୍ରୀ।

{"id":404715,"sizeSlug":"large","linkDestination":"none"}

ଏହାକୁ ପ୍ରତିବାଦ କରି ଶନିବାର କଲେଜ୍‌ର ଛାତ୍ର-ଛାତ୍ରୀ ଗେଟ୍‌ରେ ତାଲା ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିସହ ଟାୟାର ଜାଳି ନିଜର ଅସନ୍ତୋଷ ଜାହିର କରିଛନ୍ତି। ଶେଷରେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ଚି ବହୁ  ବୁଝା ସୁଝା କରିବା ପରେ ଆନ୍ଦୋଳନ ବନ୍ଦ ହେବା ସହ ପରିସ୍ଥିତି ଶାନ୍ତ ପଡିଛି। ପରେ କଲେଜ ଅଧ୍ୟକ୍ଷ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଆଗାମୀ ଦିନରେ କଲେଜ କର୍ତ୍ତୃପକ୍ଷ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ହିଁ ଦେଖିବାକୁ ବାକିରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.