ନୂଆଦିଲ୍ଲୀ: ମାଳଦ୍ବୀପରେ ଚତୁର୍ଥ ସଂସଦୀୟ ନିର୍ବାଚନ । ଦ୍ବୀପଦେଶରେ ଜାରି ରହିଛି ମତଦାନ । ଏହି ନିର୍ବାଚନ ଭାରତ ବିରୋଧୀ ନାରା ଦେଉଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ କଠିନ ସମୟ । ମାଳଦ୍ବୀପ ସଂସଦୀୟ ନିର୍ବାଚନରେ ୮ ରାଜୈନିତିକ ଦଳ ଭାଗ ନେଇଛନ୍ତି । ୯୩ ସଂସଦୀୟ କ୍ଷେତ୍ରରେ ମୋଟ୍ ୩୬୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ପ୍ରାୟ ୨.୮ ଲୋକ ନିଜ ମାତାଧିକାର ସାବ୍ୟସ୍ତ କରିତବେ । ଏଥିପାଇଁ ୬୦୨ ମତଦାନ କେନ୍ଦ୍ର ହୋଇଛି । ମାଳଦ୍ବୀପ ନିର୍ବାଚନ କମିଶନ ଦ୍ବାରା ବିଦେଶରେ ତିନୋଟି ବୁଥ୍ ହୋଇଛି । ଶ୍ରୀଲଙ୍କାର କଲମ୍ବୋ, ଭାରତର ତ୍ରିବେନ୍ଦ୍ରମ୍ ଏବଂ କ୍ବାଲାଲମ୍ପୁରରେ ମତଦାନ କେନ୍ଦ୍ର ହୋଇଛି ।
ପ୍ରଥମ ଥର ମାଳଦ୍ବୀପର ରାଷ୍ଟ୍ରପତି ହୋଇଥିବା ମହମ୍ମଦ ମୁଇଜୁଙ୍କ ଭାରତ ବିରୋଧୀ ନୀତି, ବିଶେଷ ଭାବେ ହିନ୍ଦ୍ ମହାସାଗରର ଦ୍ବୀପସମୂହ ଦେଶ ଭାରତୀୟ ସୈନ୍ୟଙ୍କୁ ଫେରାଇ ନେବା ନିଷ୍ପତ୍ତି ଏହି ନିର୍ବାଚନରେ ଅଗ୍ନିପରୀକ୍ଷା ହେବ । ମହମ୍ମଦ ମୁଇଜୁଙ୍କ ପିପିଏମ-ପିଏମସି ମେଣ୍ଟ ପୂର୍ବରୁ ଇଣ୍ଡଆନ ଆଉଟ୍ ନାରା ଦେଇ ନିର୍ବାଚନରେ ବିଜୟୀ ହୋଇଥିଲେ । ପୂର୍ବ ସରକାରରେ ବିପକ୍ଷ ମାଲଦ୍ବୀପୟାନ ଡେମୋକ୍ରାଟିକ୍ ବା ଏମଡିପି ୪୪ ସାଂସଦଙ୍କ ସହିତ ବହୁମତ ପାଇଥିଲା । ହେଲେ ସରକାରରେ ଅଧିକ ସଂଖ୍ୟାରେ ସାଂସଦ ନଥିବାରୁ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ଆଇନରେ ପରିବର୍ତ୍ତନ କରିବା ସମ୍ଭବ ହୋଇନଥିଲା । ତେବେ ଏହି ନିର୍ବାଚନରେ ମାଲଦ୍ବୀପ ଭୋଟରଙ୍କ ସାମ୍ନରେ ବେରୋଜଗାର, ବୁନିଆଦୀ ଢାଞ୍ଚାରେ ବିକାଶ ଏବଂ ଖରାପ ଅର୍ଥ ବ୍ୟବସ୍ଥା ପ୍ରମୁଖ ମୁଦ୍ଦା ରହିଛି ।